ନୀଳଗିରି ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା
ନୀଳଗିରି,୩/୧୧(ଓଡ଼ିଶା ଆଦର୍ଶ):ନୀଳଗିରି ବିଜୁଜନତା ଦଳ ପକ୍ଷରୁ ନଭେମ୍ବର ମାସ ୩ତାରିଖ ଦିନ ମିତ୍ରପୁର ୧୩ନମ୍ବର ଜୋନରେ ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ନିର୍ବାଚନ ମଣ୍ଡଳୀର ୧୩ନମ୍ବର ଜୋନ ର ଗୋଡ଼ିଖାଣିଆ ଠାରୁ ଆରମ୍ଭ ହୋଇ ମିତ୍ରପୁର ବଜାର ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା। ବିଭିନ୍ନ ପଞ୍ଚାୟତର ହଜାର ହଜାର ବିଜୁ ପ୍ରେମୀ ଉକ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ। ଗତ ନିର୍ବାଚନରେ ବିଜେଡିର ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ୧୩ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ,ଗତିକୃଷ୍ଣ ନନ୍ଦ ସମେତ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର ମାନେ,ଉକ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ। ଜନସଂପର୍କ ଯୋଡିବା, ଲୋକଙ୍କ ସ୍ୱରକୁ ଦୁର୍ନୀତି ବିରୁଦ୍ଧରେ ଶାଣିତ କରିବା ସହ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟକୁ ଜନ ମାନସ ରେ ଉଜ୍ଜୀବିତ କରିବା ଘରେ ଘରେ ତାଙ୍କର ଲୋକପ୍ରିୟତାକୁ ପହଁଛାଇବା ଲାଗି ଏହି ପଦଯାତ୍ରା ର ଆଭିମୁଖ୍ୟ ଥିଲା ବୋଲି ନେତୃ ମଣ୍ଡଳୀ ଏଥି ନିମନ୍ତେ ଆୟୋଜିତ ସଭାରେ ମତରଖି ଥିଲେ।
ଦୀର୍ଘ ୨୪ବର୍ଷ ଶାସନ ଭିତରେ ସେ ଯେଉଁ ଭଳି ଭାବେ ଲୋକଙ୍କ ସହିତ ରହି ସେମାନଙ୍କର ଦୁଃଖ ସୁଖର ସାଥୀ ହୋଇ ପାରି ଥିଲେ ଆଜିବି ଓଡ଼ିଶାବାସୀଙ୍କ ମାନସପଟ ରେ ସେମାନଙ୍କ ଆଦର୍ଶ ଭାବେ ସ୍ଥାନ ପାଇଛନ୍ତି।ପ୍ରତି ମୁହୂର୍ତ୍ତରେ ଓଡ଼ିଶାବାସୀ ନବୀନବାବୁ ଙ୍କୁ ଝୁରୁଛନ୍ତି ବୋଲି ବିଜେଡ଼ିର ନେତ୍ରୁ ମଣ୍ଡଳୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଉକ୍ତ ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଉଦୟଜ୍ୟୋତି ମହାନ୍ତି, ଗଙ୍ଗାଧର ମିଶ୍ର ରାଜୀବ ଦାସବାବୁ, ରମେଶ ମହାନ୍ତି, ଧୀରେନ୍ଦ୍ର ମୁଦୁଲି, ପ୍ରଣବାନନ୍ଦ ଦେବ ଗୋସ୍ୱାମୀ, ଦୁର୍ଗା ପ୍ରସାଦ ମହାନ୍ତି , ସତ୍ୟ ବାରିକ ପ୍ରମୁଖ ବହୁ ନେତା ଓ ଛାମୁଆ କର୍ମୀ ଉପସ୍ଥିତ ଥିଲେ।
إرسال تعليق