Header ADS

ଚୋରଙ୍କୁ ମେଳା ମଉକା। ଦୁଇ ଉପ ସ୍ବାସ୍ଥ୍ୟକେନ୍ଦ୍ରରୁ ସିରିଜ୍ ଚୋରୀ।

 ଚୋରଙ୍କୁ ମେଳା ମଉକା

ଦୁଇ ଉପ ସ୍ବାସ୍ଥ୍ୟକେନ୍ଦ୍ରରୁ ସିରିଜ୍ ଚୋରୀ



ନୀଳଗିରି,୬/୧୧(ଓଡ଼ିଶା ଆଦର୍ଶ):କାଳୀପୂଜା ମେଳା ଚୋରଙ୍କ ପାଇଁ ଚାନ୍ଦିନୀ ରାତି ପାଲଟିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ପଡ଼ାଶୁଳରେ ଚାଲିଥିବା ମେଳା ଓ ଯାତ୍ରାର ସୁଯୋଗ ନେଇ ଚୋରଙ୍କର କଚେପୁଅ ବାର।ଚବିଶଘଣ୍ଟା ନପୁରୁଣୁ ପୁଣି ଦୁଇଦୁଇଟି ସ୍ଥାନରୁ ଲୁଟିବାରେ ସକ୍ଷମ ହୋଇଛନ୍ତି।ଗତ ସୋମବାର ବିଳମ୍ବିତ ରାତ୍ରୀରେ ପୋଡ଼ାଶୂଳ ଗ୍ରାମର ଜଣେ ନାଜରଙ୍କ ଘରେ ନଗଦ ୪୦ହଜାର ଟଙ୍କା ସହିତ ଅନ୍ୟୁନ ୧୫ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ବେଳେ ପୋଲିସ ଏହାର ତଦନ୍ତ ଚାଲୁରଖିଛି। ମାତ୍ର ପୋଲିସକୁ ଚ୍ୟାଲେଞ୍ଜ ଦେଇ ମଙ୍ଗଳବାର ରାତିରେ ପୁନର୍ବାର ଜଡ଼ିଦା ପଞ୍ଚାୟତ ସିଟିସ୍କୁଲ ନିକଟରେ ନବନିର୍ମିତ ଉପ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସିଆଡିମାଳ ପଞ୍ଚାୟତ ଚତର ନିକଟରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରରୁ ସିଲିଂଫ୍ୟାନ, କମ୍ପ୍ୟୁଟର,ପ୍ରିଣ୍ଟର, ଇନଭର୍ଟର ଆଦି ଚୋରିକରି ନେବାରେ ସଫଳ ହୋଇଛନ୍ତି। ତେବେ ଉଭୟ ପଞ୍ଚାୟତ ପୋଡ଼ାଶୂଳ ନିକଟବର୍ତ୍ତି ହୋଇଥିବାରୁ ଉକ୍ତ ଅଞ୍ଚଳର ଲୋକ ରାତ୍ରୀରେ ମେଳାବୁଲିବା ସହିତ ଯାତ୍ରା ଦେଖିବାକୁ ଯାଇଥିବାର ସୁଯୋଗ ଚୋରଙ୍କୁ ବେଶ୍ ସୁହାଇଛି। ଏନେଇ ଉଭୟ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ନୀଳଗିରି ଥାନାରେ ଏତଲା ଦିଆଯାଇଥିବା ବେଳେ ନୀଳଗିରି ପୋଲିସ ୩୫୦/୨୪ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Post a Comment

أحدث أقدم
Header ADS