Header ADS

ଅଧ ରାତିରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ।

 ଅଧ ରାତିରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ।



ନୀଳଗିରି,୫/୧୧(ଓଡ଼ିଶା ଆଦର୍ଶ): ସମବାର ରାତିରେ ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ ପଶି କଳାକନା ବୁଲାଇଲେ ଦୁବୃର୍ତ୍ତ।ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତ ପୋଡ଼ାଶୁଳ ଗାଁରେ ଘଟିଛି ଏହି ଅଘଟଣ। ସଂଜୀବ କୁମାର ବେହେରା ଏବଂ ସୁଦିପ୍ତା ବେହେରା ଓ ତାଙ୍କ ପୁଅ ତିନି ଜଣ ପୋଡ଼ାଶୁଳ ସ୍ଥିତ ଘରେ ବସବାସ କରନ୍ତି ହେଲେ ସଂଜିବ ଭଦ୍ରକ ଜିଲ୍ଲା ଚାନ୍ଦବାଲି SDJM କୋର୍ଟ ରେ ନାଜର ଭାବେ କାର୍ଯ୍ଯ କରୁଥିବା ବେଳେ ସେ ସେଇଠାରେ ହିଁ ରୁହନ୍ତି। ଘରେ ସ୍ତ୍ରୀ ଏବଂ ପୁଅ ରୁହନ୍ତି। ପୋଡ଼ାଶୁଳ ର କାଳୀପୂଜା ପାଈଁ ମେଳା ଚାଲୁଥିବା ବେଳେ ଯାତ୍ରା ଦେଖିବାକୁ ସୁଦିପ୍ତା ସମ୍ପର୍କୀୟଙ୍କ ସହିତ ଘରେ ଚାବି ଦେଈ ଯାଇଥିଲେ। ଯାତ୍ରା ଅଧାରୁ ଦେଖି ଘରକୁ ଆସିବା ବେଳକୁ ଘର ର ମୁଖ୍ୟ ଫାଟକରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସୁଦିପ୍ତା ଘରେ ପଶି ଦେଖିଲା ବେଳକୁ ଗଡ଼ରେଜ ଚାବି ଭଙ୍ଗାଯାଇଛି ଏବଂ ଘରେ ଥିବା ପାଖାପାଖି ୪୦ ହଜାର ଟଙ୍କା ସହତ ୧୫ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଚୋରୀ ହେଇଯାଇଛି। ତେବେ ଘରେ କେହି ନଥିବା ର ସୁଯୋଗ ନେଇ କେହି ଦୁବୃର୍ତ୍ତ ଚୋରୀ କରିଥିବା କହିଛନ୍ତି ସୁଦିପ୍ତା ବେହେରା। ତେବେ ପୋଡ଼ାଶୁଳ ରେ ମେଳା ଚାଲୁଥିବା ବେଳେ ଅନେକ ଘରେ ଲୋକ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଏହାର ସୁଯୋଗ ନେଇ ଦୁବୃର୍ତ୍ତ ଲୁଟ୍ କରୁଥିବା କହିଛନ୍ତି ଅଞ୍ଚଳବାସି। 

Post a Comment

أحدث أقدم
Header ADS