ଭୋଟର ସଚେତନତା ପାଇଁ ପଥଉତ୍ସବ ଏବଂ ୱାକଥନ କାର୍ଯ୍ୟକ୍ରମ ପାଇଁ ଚୁଡାନ୍ତ ପ୍ରସ୍ତୁତି
ନୀଳଗିରି,୨୮/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ନିର୍ବାଚନ ଆୟୁକ୍ତ ଏବଂ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ପଥ ଉତ୍ସବ ଏବଂ ୱାକଥନ କାର୍ଯ୍ୟକ୍ରମର ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପ୍ରକଷ୍ଠରେ ଆଜି ଅପରାହ୍ନ ୪ଘଟିକା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଉକ୍ତ ବୈଠକରେ ଆସନ୍ତା କାଲି ଅର୍ଥାତ ୨୯ ତାରିଖରେ ଏହି ପଥଉତ୍ସବ ଏବଂ ୱାକଥନ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା। ଉକ୍ତ ଉତ୍ସବରେ ବିଭିନ୍ନ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ଭୋଟର ସଚେତନତା ଧର୍ମୀ ବିଭିନ୍ନ କାର୍ଯ୍ୟକ୍ରମ ରଙ୍ଗଲି, ଦସ୍ତଖତ ଅଭିଯାନ ଏବଂ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ୱାକଥନ ସମୟରେ ଭୋଟର ସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ ପ୍ଲାକାର୍ଡ ପ୍ରଦର୍ଶନ କରାଯିବା ନେଇ ଉକ୍ତ ବୈଠକରେ ଆଲୋଚନା ସହିତ ନିଷ୍ପତି ନିଆଯାଇଥିଲା। ଉକ୍ତ ବୈଠକରେ ନୀଳଗିରି ତହସିଲଦାର ଶ୍ରୀମତୀ ଦିପ୍ତିମୟି ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରି ଶ୍ରୀଯୁକ୍ତ ଗବର୍ଦ୍ଧନ ବିଶ୍ବାଳଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାର ଅଂଶ ଗ୍ରହଣ କରିଥିଲେ।
Post a Comment