Header ADS

ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଛୁଆ ଅଦଳ ବଦଳର ଅଭିଯୋଗ ।

 ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଛୁଆ ଅଦଳ ବଦଳର ଅଭିଯୋଗ ।



କନ୍ଧମାଳ ,୨୮/୧୦(ସନ୍ଦିପ କୁମାର ନାୟକ):ଫୁଲବାଣୀ ର ମାତୃ ଶିଶୁ କେନ୍ଦ୍ର ରେ ନବଜାତ ଶିଶୁ ଅଦଳବଦଳ ହେବାର ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ମୁତାବକ ଗତ ୨୫ ତାରିଖ ଶୁକ୍ରବାର ଦିନ ଫୁଲବାଣୀର କାଚେରା ସାହିର ବାପା ଦୀପକ କଟୁଆଳ ମା ଲିଜା ମୁଖି ର ଶିଶୁପୁତ୍ର ଜନ୍ମ ହେବା ପରେ ଦେହ ଅସୁସ୍ଥ ହୋଇଥିବା ଯୋଗୁଁ ଏସେନ୍ସିୟୁ ରେ ରହିଥିଲା ଦେହ ଅତି ଗୁରୁତର ହେବା ଯୋଗୁଁ ବ୍ରହ୍ମପୁର ମୁଖ୍ୟ ଶିଶୁ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା ଆଜି ସକାଳ ସମୟରେ କାର୍ଯ୍ୟରେ ଥିବା ନର୍ସ ଶିଶୁ ପୁତ୍ର ବଦଳରେ ଗୋଟିଏ ଶିଶୁ କନ୍ୟାକୁ ସ୍ଥାନାନ୍ତର କରିଦେଇଥିଲେ ବ୍ରହ୍ମପୁର ମେଡିକାଲ ରେ ପହଞ୍ଚିବା ପରେ ଡକ୍ଟର ପୁତ୍ର ଜାଗାରେ ଶିଶୁ କନ୍ୟାକୁ ଆଣିଥିବା କଥା ଜଣାଇ ଥିଲେ ବାପା ଦୀପକ କଟୁଆଳ କୁ ଏହି ଘଟଣା ପରେ ଫୋନ ଯୋଗେ କଟୁଆଳ ନିଜ ମାକୁ ଜଣାଇ ଥିଲେ ଫୁଲବାଣୀ ର ମାତୃ ଶିଶୁ କେନ୍ଦ୍ରରେ ଏହି ଘଟଣା ଜଣାଇବା ପରେ ଘଟଣାଟି ପଦାକୁ ଆସିଥିଲା ଏ ନେଇ ଫୁଲବାଣୀ ଟାଉନ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ ଫୁଲବାଣୀର ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟ ଅଧିକାରୀ ଜାଣିବା ପରେ ଆସି ପରିବାର ଲୋକଙ୍କୁ ବୁଝା ସୁଝା କରିବା ସହ ଏଭଳି ଭୁଲ କିଭଳି ହେଲା ଏହାର ତଦନ୍ତ କରୁଛନ୍ତି। ଅନ୍ୟ ପକ୍ଷରେ ରାଇକିଆ ବ୍ଲକ ର ବାଲିଗାଡା ଗ୍ରାମର କିରଣ ପ୍ରଧାନ ଓ ଶାମୁକା ପ୍ରଧାନଙ୍କର ବଦଳି ଥିବା  ଶିଶୁ କନ୍ୟା ଜାଣିବା ପରେ ଆମ୍ବୁଲାନ୍ସ ଦ୍ଵାରା ବ୍ରହ୍ମପୁର ମେଡିକାଲ କୁ ପଠାଇ ଦିଆଯାଇଛି । ପରିବାର ଲୋକ ସହ ଶିଶୁପୁତ୍ର କୁ ବ୍ରହ୍ମପୁର ପଠାଇ ଦିଆଯାଇଛି ଶିଶୁ ପୁତ୍ର ବଦଳି ଥିବା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନଥିବା ସ୍ଥଳେ ମେଡିକାଲ ରେ ପ୍ରସବ ପାଇଁ ଭୟକରୁଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରୁଛି ।

Post a Comment

Previous Post Next Post
Header ADS