ବାତ୍ୟା ପରେ ତିନି ଘର ବିଦ୍ୟୁତ ପାଇବାରୁ ବଞ୍ଚିତ।
ନୀଳଗିରି,୨୮/୧୦(ଓଡ଼ିଶା ଆଦର୍ଶ): ଛାଡ଼ି ଯାଇଛି ବାତ୍ୟା "ଦାନା" ହେଲେ ଲୋକଙ୍କ ଦୁଃଖ ଏବେବି ଯେମିତି କି ସେମିତି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକରେ ବାତ୍ୟା ଦାନା ର ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ବିଦ୍ୟୁତ ଯୋଗାଣ। କଉଠୀ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି ପୁଣି କଉଠୀ ଲାଇନ ତାର ଛିଡି ତଳେ ପଡ଼ିଛି। ଯୁଦ୍ଧକାଳୀନ ଭିତରେ ଯଦିଓ ବିଦ୍ୟୁତ ଯୋଗାଣ ପାଇଁ ମରାମତି ଚାଲିଛି ହେଲେ ଏବେବି ଅନେକ ଗାଁ ରେ ଲୋକେ ଅନ୍ଧାର ରେ ରହୁଛନ୍ତି। ଜଡ଼ିଦା ପଞ୍ଚାୟତ ର ବାଉଁଶନାଳ ଗାଁ ରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ। ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମରେ ବାତ୍ୟା ପବନ ଯୋଗୁଁ ବିଦ୍ୟୁତ ଖୁଣ୍ଟ ଗଡିପଡ଼ିଥିବା ବେଳେ ବିଭାଗ ପକ୍ଷରୁ ମରାମତି କରାଯାଇ ବିଦ୍ୟୁତ୍ ସେବା ସ୍ଵାଭାବିକ କରଯାଇଥିଲା କିନ୍ତୁ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ, ସନାତନ ଷଡଙ୍ଗୀ, ବଳରାମ ପାତ୍ର ଏବେବି ବିଦ୍ୟୁତ୍ ସେବା ପାଇବାରେ ବଞ୍ଚିତ ଅଛନ୍ତି। ସେମାନଙ୍କ କହିବାନୁଯାୟୀ ଗ୍ରାମର ସମସ୍ତଙ୍କ ଘରେ ବିଦ୍ୟୁତ ପହଞ୍ଚି ଥିବା ବେଳେ ଉକ୍ତ ତିନି ଘରକୁ ବିଦ୍ୟୁତ ଯୋଗାଣ ପହଞ୍ଚି ପାରିନାହିଁ। ସର୍ଭିସ୍ ଲାଇନ ରେ କିଛି ତ୍ରୁଟି ଥିବା ନେଇ ବାରମ୍ବାର ବିଦ୍ୟୁତ ବିଭାଗ ରେ ଅଭିଯୋଗ କରିଥିଲେ ସୁଦ୍ଧା ଏଯାବତ କୌଣସି ସୁଫଳ ମିଳିନାହିଁ ଯଦ୍ୱାରା ଉକ୍ତ ତିନି ପରିବାର ଏବେ ଅନ୍ଧାରରେ। ତେବେ ଉକ୍ତ ତିନି ଘରକୁ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ଵାଭାବିକ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।
Post a Comment