Header ADS

ଶପଥ ନେଲେ କ.ନୂଆଗାଁ ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

 ଶପଥ ନେଲେ କ.ନୂଆଗାଁ ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

 


କ.ନୂଆଗାଁ,୨୮/୧୦/ (ସନ୍ଦୀପ କୁମାର ନାୟକ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ କ.ନୂଆଗାଁ ଥାନାରେ ଆଜି ସୋମବାର ସଚେତନ କାର୍ଯ୍ୟ କରାଯାଇଛି । କ.ନୂଆଗାଁ ଆଇଆଇଆସି ସ୍ଵରୁପ କିସାନଙ୍କ ତତ୍ୱାବଧାନରେ ସବଇନ୍ସପେକ୍ଟର ଅଶୋକ କୁମାର ତ୍ରିପାଠୀ, ଦମୟନ୍ତୀ ବେହେରା ଏଏସଆଇ ଉମାଶଙ୍କର ପେଣ୍ଡେଡି ଓ ସୁରେନ୍ଦ୍ର ରାଜ ହଂସ ଏବଂ ଥାନାର ସମସ୍ତ କର୍ମଚାରୀ ଦୁର୍ନୀତି ନିବାରଣ ସଚେତନ କରିବା ସହ ଏହାକୁ ପ୍ରଶୟ ନଦେବାକୁ ଶପଥ ପାଠ କରିଛନ୍ତି । ପୋଲିସ ପକ୍ଷରୁ ଦୁର୍ନୀତିନିବାରଣ ନେଇ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାକୁ ପ୍ରୟାସ କରାଯାଇଛି।

Post a Comment

Previous Post Next Post
Header ADS