Header ADS

ଜେକେଏସି କ୍ଲବ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ।

ଜେକେଏସି କ୍ଲବ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ। 



ନୀଳଗିରି, ୧୭/୧୦(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଭଉଁରୀୟାବାଡ ପଞ୍ଚାୟତ ଅଧୀନ ତେରେଲଡିହି ପଡ଼ିଆରେ ଜୁମିଦ ଖେରୱାଲ ଆଥଲେଟିକ କ୍ଳବ (ଜେକେଏସି) ପକ୍ଷରୁ ୩୩ତମ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଦିତୀୟ ଦିନ ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀଯୁକ୍ତ ଖଟୁଆ ତାଙ୍କ ବକ୍ତବ୍ଯରେ କହିଥିଲେ ଖେଳାଳୀମାନେ ଖେଳିବା ମନୋଭାବ ରଖି ଭଲ ଖେଳ ପ୍ରଦର୍ଶନ କଲେ ଭବିଷ୍ୟତରେ ଦିନେ ନା ଦିନେ ଜିଲ୍ଳା ତଥା ରାଜ୍ୟ ବାହାରେ ଖେଳ ଖେଳି ନିଜ କ୍ଷାତି ଅର୍ଜନ କରିବା ସହିତ ନୀଳଗିରି ଅଞ୍ଚଳର ନାମ ରଖିବେ ବୋଲି ମତପ୍ରକାଶ କରିଥିଲେ । ଉକ୍ତ ଟୁର୍ନାମେଣ୍ଟର ଦିତୀୟ ଦିନରେ ବିଜୟ ହାସଲ କରିଥିବା ଦଳକୁ ଟ୍ରଫି ସହ ଅର୍ଥ ରାଶି ବିଧାୟକ ଶ୍ରୀଯୁକ୍ତ ଖଟୁଆଙ୍କ ଦ୍ବାରା ବିତରଣ କରାଯାଇଥିଲା। ଉକ୍ତ ଖେଳକୁ ସହଯୋଗ କରିଥିବା ଜେକେଏସି କ୍ଲବର ସମ୍ପାଦକ ଗୋବିନ୍ଦ ମାଝୀ, ଅଧ୍ୟକ୍ଷ ଭରତ ଚନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ପଙ୍କଜ କୁମାର ମାଝି, ଉପଦେଷ୍ଟା ମଦନ ମୋହନ ମାଝୀ, ଶରତ ଚନ୍ଦ୍ର ମାଝୀ, ରଘୁନାଥ ମାଝୀ, ସଦାଶିବ ମାଝୀ, ବାଇଧର ମାଝୀ, ଫାତୁରାମ ମାଝୀ, ବାୟୀଧର ମାଝୀ ଏବଂ ଜେ.କେ.ଏ.ସି କ୍ଳବ ର ସଭ୍ୟ ବୃନ୍ଦ ସହଯୋଗ କରିଥିଲେ।

Post a Comment

Previous Post Next Post
Header ADS