ନୀଳଗିରି ମହାଲକ୍ଷ୍ମୀ ପରିବା ମାର୍କେଟ ରେ ଗଜଲକ୍ଷ୍ମୀ ପୂଜା
ନୀଳଗିରି,୧୭/୧୦(ଓଡ଼ିଶା ଆଦର୍ଶ):ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଡ଼ାର ରାସ୍ତା ରେ ଥିବା ମହାଲକ୍ଷ୍ମୀ ପରିବା ମାର୍କେଟ ପୂଜା କମିଟି ପକ୍ଷରୁ ୨ତମ ଗଜଲକ୍ଷ୍ମୀ ପୂଜା ବୁଧବାର ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ସୁନ୍ଦର ସାଜସଜ୍ଜା ସହିତ ଆଲୋକ ମାଳା ଆଦି ପୂଜା ମଣ୍ଡପର ଶୋଭା ଦ୍ଵିଗୁଣିତ କରିଛି। ଉକ୍ତ ତିଥି ଅପରାହ୍ନରେ ବ୍ରାହ୍ମଣ ଙ୍କ ଦ୍ବାରା ମନ୍ତ୍ର ପାଠ ସହ କଳସ ଯାତ୍ରା ମଣ୍ଡପ କୁ ଆସିବା ପରେ କର୍ତ୍ତା ଭାବେ କମିଟି ର ସଦସ୍ୟ ରାଜୁ ବେହେରା ଏବଂ କିଶୋର ସିଂହ ମା ଙ୍କ ପୂଜାର୍ଚ୍ଚନା କରିଥିଲେ। ପୂଜା ପରଦିନ ଅର୍ଥାତ ଆଜି ଉକ୍ତ କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା ଏବଂ ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ କମିଟିର ସଭାପତି ଜଗଦୀଶ ଦାସ, ଉପସଭାପତି ଚିତ୍ତରଞ୍ଜନ ଜେନା, ସମ୍ପାଦକ ମହେଶ୍ୱର ସାହୁ, କୋଷାଧ୍ଯକ୍ଷ ପ୍ରଦୀପ ପୃଷ୍ଟି ସୂଚନା ଦେଇଛନ୍ତି। ତେବେ ମା ଙ୍କ ପୂଜାର୍ଚ୍ଚନା ରେ କମିଟି ର କାର୍ତ୍ତିକ ବାଗ, ତ୍ରିଲୋଚନ ମହାପାତ୍ର,ନରେନ୍ଦ୍ର ଦୋଳେଇ, ଶରତ ସେଠୀ, ଉମାଶଙ୍କର ଦାସ, ଅରୁନ କୁମାର ନାୟକ, ସନୁ ତ୍ରିବେଦି, ପୁନିଆ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Post a Comment