ଧରାପୃଷ୍ଠକୁ ଆସି ମାମଲାରେ ଫସିଛନ୍ତି ମା’ ଦୁର୍ଗା, ମଣ୍ଡପ ଜାଗା ବିବାଦରୁ ହୋଇପାରୁନି ଦେବୀଙ୍କ ବିସର୍ଜନ।
ଓଡ଼ିଶା ଆଦର୍ଶ ବ୍ୟୁରୋ_________
ଧରାପୃଷ୍ଠକୁ ଆସି ମାମଲାରେ ଫସି ମଣ୍ଡପରେ ବସିଛନ୍ତି ମା’ଦୁର୍ଗା । ଆଇନରେ ଛନ୍ଦି ହୋଇ ଦଶହରାର ୫ ଦିନ ପରେ ବି ବିସର୍ଜିତ ନ ହୋଇ ମଣ୍ଡପରେ ରହିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ । ମଣ୍ଡପ ଓ ଏହାର ପାଖ ଜାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ ଦ୍ବନ୍ଦରେ ଏ ବିବାଦୀୟ ପରିସ୍ଥିତି ଉପୁଜିଛି ।
ସେପଟେ ଜମି ମାଲିକ କହିଛନ୍ତି ପୁଜା କମିଟି ତାଙ୍କ ଉପରେ ବିଏନଏସ ୧୬୩ ଧାରା ଲଗାଇ ଜାଗା ଉପରକୁ ଯିବାକୁ ରୋକ ଲଗାଇଛନ୍ତି । ସେପଟେ ଦେବୀଙ୍କ ବିସର୍ଜନ ଲାଗି ପ୍ରଶାସନ ହସ୍ତକ୍ଷେପ କରିବାକୁ ଉଭୟ ଦାବି କରିଛନ୍ତି । ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲେଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି ।
Post a Comment