Header ADS

ଶିକ୍ଷକ ପଦଵୀ ପୂରଣ ନିମନ୍ତେ ଧାରଣ।

 


ବାଲିଗୁଡା, ୧୬/୮(ସନ୍ଦିପ କୁମାର ନାୟକ) କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଗୁମାପଦର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଧାରଣା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଶିଷ୍ଟ ଏହି ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ୧୦୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ରେ ଚାଲିଛି ପାଠପଢ଼ା। ମାତ୍ର ଦୁଇ ଜଣ ଶିକ୍ଷକ ଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବାରୁ ବିଦ୍ୟାଳୟ ପରିଚାଳନା କମିଟି ପୁଣି ଅଭିଭାବକ ଅନେକ ଥର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକ ପଦବୀ ପୁରଣ ହୋଇପାରିନାହିଁ। ବିଦ୍ୟାଳୟ ପରିଚାଳନା କମିଟି, ସମସ୍ତ ଗ୍ରାମବାସୀ ଏବଂ ସମସ୍ତ ଛାତ୍ର ଛାତ୍ରୀ ସମୂହ ରାଜରାସ୍ତାରେ ଉଲ୍ହାଇ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ କ. ନୂଆଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆସି ଧାରଣା ରେ ବସିଥିବା ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା। ଅଭିଭାବକ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ନିଜର ଜିଦରେ ଅଟଳ। ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ନ ଦିଆଯିବା ଯାଏଁ ଏହି ଧାରଣା ଏମିତି ହିଁ ରହିବ ବୋଲି କହିଛନ୍ତି ଅଭିଭାବକ।

Post a Comment

أحدث أقدم
Header ADS