ରେମୁଣା,୨୬/୦୮(ଓଡ଼ିଶା ଆଦର୍ଶ):ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଭାରତବର୍ଷରେ ସନାତନ ହିନ୍ଦୁ ସଂସ୍କୃତିର ମହାନ ପର୍ବ ଭାବରେ ପାଳିତ ହେଉଥିବାବେଳେ, ବାଲେଶ୍ଵର ଜିଲ୍ଲା ରେମୁଣା ଇସ୍କନ ( ଆନ୍ତର୍ଜାତୀୟ ଶ୍ରୀକୃଷ୍ଣ ସେବା ସଂସ୍ଥା) ତରଫରୁ ତିନିଦିନ ବ୍ୟାପି ଏହମଧ୍ଯ ଧୂମଧାମ୍ ରେ ପାଳିତ ହେଉଛି । ଇସ୍କନ ଦ୍ବାରା ଜନ୍ମାଷ୍ଟମୀରେ ଏକ ଯୁବ ଉତ୍ସବ ପାଳିତ ହୋଇଯାଇଛି । ଏହି ଯୁବଉତ୍ସବରେ ଆଜିର ପଥଭ୍ରଷ୍ଟ ଯୁବକ ଯୁବତୀଙ୍କ ପାଇଁ ସଂସ୍କୃତିଧର୍ମୀ ନାଟକ, ଓଡ଼ିଶୀ ନୃତ୍ୟ ଓ ବ୍ରହ୍ମସଂହିତା ପରିବେଷଣ ହୋଇଥିବାର ଦେଖିବାକୁ ମିଳିଥିଲା । ଏଥିରେ ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ଛାତ୍ରୀ ହେମଲତା ବେହେରା, ଦିପାଞ୍ଜଳୀ ବାରିକ, ଅନିତା ମଲ୍ଲିକ, ସସ୍ମିତା ପ୍ରଧାନ, ପୂଜା ସାହୁ, ନିବେଦିତା ମହାପାତ୍ର, ଜୟଶ୍ରୀ ପଣ୍ଡା, ନମିତା ଦାସ, ପୂଜାରାଣୀ ବିଶ୍ଵାଳ, ରାଜଶ୍ରୀ ବେହେରା ଓ ନିଶିପ୍ରଭା ବାରିକ ବ୍ରହ୍ମ ସଂହିତା ଆବୃତ୍ତି କରି ପ୍ରଶଂସିତ ହୋଇଥିଲେ । ଏହାଛଡା ରେମୁଣା ଡାୟେଟ୍ ଦ୍ବାରା ଏକ " ଆମେ ଆଧ୍ୟାତ୍ମିକବାଦୀ" ନାମକ ନାଟକ ଓ ଇସ୍କନ ଦ୍ବାରା " ମୁଁ ଓ ମୋ ମନ" ନାମକ ନାଟକ ପରିବେଷିତ ହୋଇଥିଲା । ଏଥିରେ ବହୁ କୃଷ୍ଣପ୍ରେମୀ ଯୋଗଦାନ କରିବା ସହ ଇସ୍କନର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ବ୍ରହ୍ମ ସଂହିତା ପାଠକୁ ମାର୍ଗଦର୍ଶକ ଭାବରେ ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ମଧ୍ଯ କୃଷ୍ଣପ୍ରେମୀ ସାଧୁବାଦ୍ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅନ୍ୟୁନ ଦୁଇ ହଜାର କୃଷ୍ଣ ପ୍ରେମୀ ଉପସ୍ଥିତ ଥିଲେ ।
Post a Comment