ରେମୁଣା,୨୬/୦୮(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ରେମୁଣା , ବାଲଗୋପାଲପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ବଡ଼ପଣ୍ଡା ( ମୁଖ୍ୟ ପୂଜକ)ପ୍ରଦୀପ ମିଶ୍ର (୪୫)ଙ୍କ ଦେହାନ୍ତ ହୋଇଛି। ସୂଚନାରୁ ଜଣାଯାଇଛି,୨୦୧୪/୧୫ ମସିହାରୁ ଅର୍ଥାତ ମନ୍ଦିର ପ୍ରତିଷ୍ଠା ଦିନରୁ,ସେ ଏଠାରେ ମୁଖ୍ୟ ପୂଜକ ଭାବେ କାର୍ଯ୍ୟରତ ଥିଲେ।ସେ ପୁରୀ ସଂସ୍କୃତ ବେଦ ବିଶ୍ଵ ବିଦ୍ୟାଳୟ ରୁ ସଂସ୍କୃତ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ,ଏଠାରେ ପୂଜକ ଭାବେ ଶ୍ରୀ ଜଗନ୍ନାଥ ଙ୍କ ସେବା କରୁଥିଲେ।ତାଙ୍କ ବେଦ ପଠନ, ମନ୍ତ୍ର ଉଚ୍ଚାରଣ ଅତ୍ୟନ୍ତ ସ୍ପଷ୍ଟ ଥିଲା।ଶ୍ରଦ୍ଧାଳୁ ମାନେ ତାଙ୍କ ପୂଜା ଅର୍ଚ୍ଚନା ରେ ମୁଗ୍ଧ ହୋଇ, ଅନେକ ସମୟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଜଗନ୍ନାଥ ଦର୍ଶନ ରେ ଆସି , ତାଙ୍କଠାରୁ ଉପଦେଶ ଓ ଆଶୀର୍ବାଦ ନେଉଥିଲେ।ଏଠାରେ ସୂଚନାଯୋଗ୍ୟ,କେନ୍ଦ୍ରାପଡ଼ା ଜିଲ୍ଲା,ମାର୍ଶାଘାଇ ଥାନା ଅନ୍ତର୍ଗତ ନାଳଦିଆ ଶାସନ ରେ ,ପିତା ନୀଳମଣି ମିଶ୍ର ଓ ମାତା ଉର୍ମିଳା ମିଶ୍ରଙ୍କ ଗର୍ଭ ରୁ ତାଙ୍କର ଜନ୍ମ ହୋଇଥିଲା।ଏବେ ତାଙ୍କ
ସ୍ତ୍ରୀ ମନୋରମା ଆଚାର୍ଯ୍ୟ ଓ ଦୁଇ କନ୍ୟା ସନ୍ତାନ ଥିବା ଜଣାଯାଇଛି। ତାଙ୍କର ଅନ୍ତେଷ୍ଟିକ୍ରିୟା ଗାଁ ଶ୍ମଶାନ ରେ କରାଯାଇଥିବା ଜଣା ଯାଇଛି। ମାତ୍ର ୧୫ ଦିନ ପୂର୍ବରୁ ସେ ଅସୁସ୍ଥତା ଅନୁଭବ କରିବା ରୁ,ତାଙ୍କୁ କେୟାର ହସ୍ପିଟାଲ,ସୋମହସ୍ପିଟାଲ ପରେ ବମ୍ବେ କେନ୍ସର ହସ୍ପିଟାଲ କୁ ନିଆଯାଇ ଚିକିତ୍ସା କରା ଯାଇଥିଲା।ସେଠାରେ ସେ କ୍ୟାନ୍ସର ପୀଡ଼ିତ ବୋଲି ଚିହ୍ନଟ ହେବା ପରେ ସେ ଘରକୁ ଫେରିଥିଲେ। ଗତ କାଲି ରାତି ପ୍ରାୟ ୧୧.୩୦ ମିନିଟ୍ ରେ ତାଙ୍କ ର ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଛି। ଅପର ପକ୍ଷରେ,ଏଭଳି ଦୁଃଖଦ ସମୟ ରେ ଶ୍ରୀ ଜଗନ୍ନାଥ ତାଙ୍କ ପରିବାର ବର୍ଗ ଙ୍କୁ ସହାୟ ହୁଅନ୍ତୁ ବୋଲି, ଇମାମି ର କର୍ମକର୍ତ୍ତା ତଥା ମନ୍ଦିର ର ସହଯୋଗୀ ମାନେ ଶ୍ରୀଜଗନ୍ନାଥ ଙ୍କୁ ନିବେଦନ କରିଥିବା କୁହାଯାଇଛି।ତେବେ ସମଗ୍ର ଅଞ୍ଚଳ ତାଙ୍କ ମୃତ୍ୟୁ ରେ ଶୋକାଭିଭୁତ ହୋଇପଡ଼ିଥିବା ଦେଖାଯାଇଛି।
Post a Comment