ବାଲେଶ୍ଵର, ୨୨/୧୧ :- ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ପୃଥିବୀର ପର୍ଯଟନ ଶିଳ୍ପ ଏକ ପ୍ରକାର ସ୍ଥାଣୁ ହୋଇ ଯାଇଥିଲା। ଆବର୍ତ୍ତମାନର ସ୍ଥିତିର ସୁଧାର ଆସିଥିବାରୁ ଆଗାମୀ ଦିନରେ ହୋଟେଲ ଶିଳ୍ପ ଭାରତ ଅର୍ଥନୀତିର ବିକାଶକୁ ଏକ ନୂତନ ଦିଶା ଦେବବୋଲି ହୋଟେଲ ଜାଇକା ଇଣ୍ଟରନେସନାଲର ଜେନେରାଲ ମ୍ୟାନେଜର ଜଗନ୍ନାଥ ବିଶ୍ବାଳ ପ୍ରକାଶ କରିଛନ୍ତି। ଶ୍ରୀ ବିଶ୍ବାଳ ହୋଟେଲ ମ୍ୟାନେଜମେଣ୍ଟ ପଢ଼ିବା ପରେ ମେଫେୟାର ଗ୍ରୁପ୍ ହୋଟେଲ୍, ଏମ୍ପାୟାର୍ସ ଗ୍ରୁପ୍ ହୋଟେଲ୍, ଏକ୍ସସିଲେନ୍ସୀ ହୋଟେଲ୍, ବନଜାରା ଭୋଜନ ହୋଟେଲ୍ ଭୋଳି ବଡ଼ ବଡ଼ ହୋଟେଲରେ କାମ କରି ସଫଳତା ପାଇଛନ୍ତି। ରାଜ୍ୟ ତଥା ଜିଲ୍ଲାରେ ପର୍ଯଟନ ର ବିକାଶ ହେବା ସହ ହୋଟେଲ୍ ଶିଳ୍ପ ର ଦ୍ରୁତ ପ୍ରଗତି ତାଙ୍କୁ ନିଜ ମାଟିରେ କାମ କରିବାକୁ ବାଧ୍ୟ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏବେ ଓଡ଼ିଶାର ହୋଟେଲ୍ ଶିଳ୍ପର ଅଭିବୃଦ୍ଧି ଘଟୁଛି ତେଣୁ ଏଥିରେ ଅଧିକ ନିଯୁକ୍ତି ସୁଯୋଗ ସହ ଭଲ ଦରମା ମଧ୍ୟ ରହିବ।
ସେବା ମନଭାବ ନେଇ ଯୁବପିଢି ଆଗକୁ ଆସିଲେ ଏଥିରେ ଭଲ କ୍ୟାରିୟର କରିପାରିବେ।ଏବେ ରାଜ୍ୟ ତଥା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହୋଟେଲ୍ ମ୍ୟାନେଜମଣ୍ଟ ପାଠ୍ୟକ୍ରମ ଖୋଲିଗଲାଣି ତେଣୁ ଯୁବ ପିଢ଼ିଙ୍କୁ ଏ ଦିଗରେ ଶିକ୍ଷାଦାନ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ। ତେବେ ବର୍ତ୍ତମାନ ର ସମୟରେ ଚାକିରି ପଛରେ ନ ଧାଇଁ ଯୁବପିଢି ନିଜ ଗୋଡ଼ରେ ନିଜେ ଛିଡା ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ଶ୍ରୀ ବିଶ୍ବାଳ।
Post a Comment