କନ୍ଧମାଳ - ଚକାପାଦ, ୨୪/୧୧ :- କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍ ଅନ୍ତର୍ଗତ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶଙ୍କର ଖୋଲ ଷ୍ଟେଟ ବ୍ୟାଙ୍କ ପୂର୍ବତନ ଶାଖା ପରିଚାଳକ ଶ୍ରୀ ଅନିରୁଦ୍ଧ ପ୍ରଧାନ ଓ ସମ୍ମାନିତ ଅତିଥି ରୂପେ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ, ସମ୍ବାଦିକ ବାଳକୃଷ୍ଣ କହଁର ଏବଂ କଲେଜର ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇ ଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ କବିତା, ବକୃତା,ପ୍ରବନ୍ଧ, ସଂଗୀତ, ନୃତ୍ୟ,ଗଳ୍ପ କଥନ ପରି ବିଭିନ୍ନ ପ୍ରତିଯୋଗୀତା ଛାତ୍ର ଛାତ୍ରୀ ମାନଙ୍କୁ ନେଇ କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟ କ୍ରମ ରେ ୩୦୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ରଂଗ ମଞ୍ଚରେ ସଂଗୀତ, ନୃତ୍ୟର ତାଳେତାଳେ ଅତିଥି ମାନେ ଝୁମି ଥିଲେ ଓ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଖୁସିର ଲହରୀ ଦେଖି ବାକୁ ମିଳିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ଶ୍ରୀ ଶିବରାମ ବେହେରା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ରୀତାରାଣୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Post a Comment