ସୂଚନା ଅନୁଯାଇ ନୀଳଗିରି ବ୍ଳକ ଧୋବଶିଳା ପଂଚାୟତ କଣ୍ଟାବଣିଆ ମୌଜା କଇଁତତୋଟାପଡା ଗାଁ ର ସ୍ବର୍ଗତ ଠୁଣୁ ସିଂ ର ପୁଅ ମୋହନ ସିଂ (୫୫) ଗତ ୨୦ ତାରିଖ ସୋମବାର ସନ୍ଧ୍ୟା ୭ ଟା ଠାରୁ ନିଖୋଜ ଥିଲା । ଆଜି ସକାଳ ୭ ଟା ବେଳେ ନୀଳଗିରି ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ସଂଗେ ସଂଗେ ଉକ୍ତ ବିଭାଗୀୟ ଅଧିକାରୀ ଆସି ଦିନ ୧୨ ଟା ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିବା ପରେ ମୋହନ ସିଂ ର କୌଣସି ପତ୍ତା ମିଳି ପାରିନଥିଲା । ତେବେ ଗଭୀର ପଥର ଗାତ କୋରଡ଼ ଛନ୍ଦିରେ ମୋହନ ରହିଯାଇଥିବା ସନ୍ଦେହ କରାଯାଉଛି । ତେବେ ଆସନ୍ତା କାଲି ପୁଣି ନୀଳଗିରି ଅଗ୍ନିଶମ ବିଭାଗୀୟ ଅଧିକାରୀ ଖୋଜିବା ନେଇ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ବହୁ ବର୍ଷ ଆଗରୁ ଉକ୍ତ ପଥର ଖାଦାନ ରେ ଚୋରା ପଥର ମାଫିଆ ଙ୍କ ଭୁସ୍ୱର୍ଗ ପାଲଟି ଥିଲା ବେଳେ, ବେଆଇନ ଭାବେ ମାତ୍ରାଧିକ ପଥର ଉତ୍ତୋଳନ କରିବାରୁ ଉକ୍ତ ସ୍ଥାନ ଟି ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି ଯାହା ଫଳରେ ଉକ୍ତ ଗଭୀର ଖାଦାନ ଗାଢ଼ ରେ ପ୍ରତି ବର୍ଷ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଏବଂ ଗୋରୁ, ଗାଈ ତଥା ଅନ୍ୟ ପଶୁ ଜନ୍ତୁଙ୍କ ଜୀବନ ଅକାରଣେ ଚାଲି ଯାଉଛି, ଏଥିପ୍ରତି ପ୍ରଶାସନର ନା ଅଛି ନଜର ନା ଲଗାଯାଉଛି ଅଙ୍କୁଶ । ଫଳରେ ସାଧାରଣ ଲୋକଙ୍କ ଅମୁଲ୍ୟ ଜୀବନ ଲାଗିଛି ବାଜିରେ । ତେବେ ମୋହନ ସିଂ ଙ୍କ ଭଳି କେତେଯେ ଜୀବନ ଗଲେ ପ୍ରଶାସନ ର ନିଦ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଥିବା ବେଳେ ଯଦି ମୋହନ ସିଂ ଉକ୍ତ ପଥର ଖଦାନ ଭିତରକୁ ପଡ଼ିଯାଇ ଥାଆନ୍ତି ତେବେ କେବେ ଅଗ୍ନିଶମ ବାହିନୀ ମୋହନ ସିଂ ଙ୍କୁ ବାହାର କରୁଛି ତାହା ଦେଖିବାକୁ ବାକି ରହିଲା ।
Post a Comment