Header ADS

ନୀଳଗିରି ରେ ସାମାଜିକ ଅଧିକରିତା ଶିବିର ଅନୁଷ୍ଠିତ।

 


ନୀଳଗିରି, ୧୧/୧୧ :- ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ନିର୍ଦ୍ଦେଶ କ୍ରମେ  ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ତରଫରୁ ବାଲେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ନୀଳଗିରି ବ୍ଲକରେ ଶୁକ୍ରବାର  ପୂର୍ବ ପଞ୍ଜିକୃତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କୁ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅନ୍ତର୍ଗତ ସମସ୍ତ ନିଶୁଳ୍କ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଡିଓ ରାହୁଲ ମଣ୍ଡଳ,ଉପକରଣ ପ୍ରଦାନକାରୀ ସଂସ୍ଥା ଆଲୁମିକୋର ରାଜ୍ୟ ପ୍ରବନ୍ଧକ ସଞ୍ଜୟ ମଣ୍ଡଳ,ଆଲୁମିକୋ ଅଧିକାରୀ ଗୁରୁଦତ୍ତ ଲେଙ୍କା,ବ୍ଲକର ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ଉପକରଣ ପାଇଥିବା ଶତାଧିକ ଦିବ୍ୟାଙ୍ଗ ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ନୀଳଗିରିର ଅନେକ ମାଣ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ  ଦିବ୍ୟାଙ୍ଗ ମାନଙ୍କୁ ହୁଇଲ ଚେୟାର,ଟ୍ରାଇ ସାଇକେଲ,ଶ୍ରବଣ ଯନ୍ତ୍ର, ଆଣ୍ଠୁ ଓ ଅଣ୍ଟା ବେଲ୍ଟ, ଚଷମା ଇତ୍ୟାଦି ପ୍ରଦାନ କରାଯାଇଥିଲା।

Post a Comment

Previous Post Next Post
Header ADS