ନୀଳଗିରି, ୫/୧୧ :- ଉଦ୍ଧାର ହେଲା ନବ ଜାତ ଶିଶୁ କନ୍ୟା। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି NAC ୬ ନମ୍ବର୍ ୱାର୍ଡ ମଙ୍ଗଳା ମନ୍ଦିର ଗଳି ପାହାଡ ପାଖ ପିରଆସ୍ଥାନ ପାଖରେ । ଆଜି ଭୋର ୪:୫୦ ସମୟରେ କିଛି ଲୋକ ଏକ ପଲିଥିନ ଭିତରେ ନବଜାତ ଶିଶୁ କନ୍ୟା ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ଏହି ଖବର ସାଂସଦ ଙ୍କ ବ୍ୟତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ନୀଳଗିରି ଥାନା କୁ ଖବର ଦେଇଥିଲେ ଏବଂ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଶିଶୁ କନ୍ୟାକୁ ଉତ୍ତମ ଚିକିତ୍ସା ପାଇଁ ପଠାଇଥିଲେ । ଚିକିତ୍ସା ପାଇବା ପରେ ଶିଶୁ କନ୍ୟାର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ତେବେ ସରକାର ଝିଅଙ୍କୁ ଗୁରୁତ୍ଵ ଦେଉଥିବା ବେଳେ କିଏ ଏବଂ କାହିଁକି ଏମିତି ଏକ ନିରୀହ ନବଜାତ ଶିଶୁ କନ୍ୟାକୁ ଗଳି ରାସ୍ତାରେ ଫପାଡ଼ି ଦେଇ ଚାଲିଗଲା ତାହା ପୋଲିସ ର ତଦନ୍ତ ପରେ ଜଣାପଡ଼ିବ।
Post a Comment