Header ADS

ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିଜସ୍ୱ ପାଣ୍ଠିରୁ ଦେଲେ ରକ୍ତସଂଗ୍ରହ୍ ଯାନ,

 


ନୀଳଗିରି , ୧୧/୧୧ :- ନୀଳଗିରି ଡାକ୍ତରଖାନାରେ ମାନ୍ୟବର ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦତ୍ତ 15 ଲକ୍ଷ୍ୟ ଟଙ୍କାର ରକ୍ତ ସଂଗ୍ରହ ଓ ପରିବହନ ଯାନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି ଯାନ ଟିକୁ ପୂଜା କରିବା ପରେ ବିଧିବଦ୍ଧ ଭାବେ ଯାନ ଟି କାର୍ଯ୍ୟକ୍ଷମ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ନୀଳଗିରି ଡାକ୍ତରଖାନାର ସୁପାରିଟେଣ୍ଡେଣ୍ଟ,ବାଲେଶ୍ୱର ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ,ନୀଳଗିରି ରକ୍ତଦାତା ସଂଘ ସଭାପତି ଗୋପାଳ ମହାପାତ୍ର, ବାଲେଶ୍ୱର ରକ୍ତଦାତା ସଂଘର ସାଧାରଣ ସମ୍ପାଦକ ହୃଷିକେଶ ସାହୁ,ନୀଳଗିରି ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ଅଫିସର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ରେ  ନୀଳଗିରି ର ବହୁ ଜନସାଧାରଣ ଉପସ୍ଥିତ ରହି ମାନ୍ୟବର ସାଂସଦଙ୍କ ଏହି ମହତ କାର୍ଯ୍ୟକୁ ସମର୍ଥନ କରିବା ସହ ପ୍ରଶଂସା କରିଥିଲେ.ଆଜି ପର୍ଯ୍ୟନ୍ତ ନୀଳଗିରି ରକ୍ତଦାତା ସଂଘ ରକ୍ତ ସଂଗ୍ରହ ପାଇଁ ନିଜସ୍ୱ ଗାଡି ନଥିବାରୁ ଭଡା ଗାଡି ବ୍ୟବହାର କରୁଥିଲେ. ଏହି ଯାନ ମିଳିବା ପରେ ରକ୍ତଦାତା ସଂଘକୁ ରକ୍ତ ସଂଗ୍ରହ ପାଇଁ ଅସୁବିଧା ହେବ ନାହିଁ ବୋଲି ସଂଘର କର୍ମକର୍ତ୍ତା ମତ ରଖିଥିଲେ।

Post a Comment

Previous Post Next Post
Header ADS