Header ADS

ବସ୍ ଚଳାଉଥିବା ସମୟରେ ସିଟ୍‌ରେ ଟଳି ପଡ଼ିଲେ ଡ୍ରାଇଭର ।

 


ଓଡ଼ିଶା ଆଦର୍ଶ ବ୍ୟୁରୋ, ୨୮/୧୦ :- ବସ୍ ଚଳାଉଥିବା ସମୟରେ ସିଟ୍‌ରେ  ଟଳି ପଡ଼ିଲେ ଡ୍ରାଇଭର । ବସ୍ ଅଟକିବା ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସନ୍ଦେହ କରାଯାଉଛି ଯେ ଗାଡ଼ି ଚଳାଉଥିବା ବେଳେ ହିଁ ଡ୍ରାଇଭରଙ୍କୁ ହାର୍ଟ ଆଟାକ ଆସିଥିଲା ଏବଂ ତାପରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସ୍‌ର ସମସ୍ତ ଯାତ୍ରୀ ।

ଏହି ଦୁଃଖଦ ଖବର ହେଉଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରିର। ଗତରାତିରେ ସାରଙ୍ଗଡ଼ରୁ ଭୁବନେଶ୍ୱର ଯାଉଥିଲା ମହାଲକ୍ଷ୍ମୀ ନାମକ ବସ୍ । ପାବୁରିଆରୁ ଜି ଉଦୟଗିରି ରାସ୍ତାରେ ହଠାତ୍ ବସ୍ ଏପଟ ସେପଟ ହେବାକୁ ଲାଗିଥିଲା । ହେଲପର ଏହା ଜାଣି ପାରି ଡ୍ରାଇଭରଙ୍କ ପାଖକୁ ଗଲେ ଆଉ ଠିକ୍ ସେତିକି ବେଳେ ହିଁ ରାସ୍ତା କଡ଼ର ଏକ ଛୋଟ ପୋଲକୁ ଧକ୍କା ଦେଇ ବସ୍‌ଟି ଅଟକି ଯାଇଥିଲା । ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକି ଡ୍ରାଇଭରଙ୍କୁ ଟିକାବାଲି ମେଡିକାଲକୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଡ୍ରାଇଭର ଙ୍କ ସମ୍ପୂର୍ଣ ତଥ୍ୟ ହସ୍ତଗତ ହୋଇପାରିନି।

Post a Comment

Previous Post Next Post
Header ADS