Header ADS

ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ସିପିଆଇ(ଏମ) ସହ ବିଭିନ୍ନ ସଂଗଠନର ଆହ୍ଵାନ।

 


ଜଳେଶ୍ଵର, ୧/୧୧ :-  (ରିପୋର୍ଟ - ଜ୍ୟୋସ୍ନା ଗୋଛାୟତ) ଆଜକୁ ୨୫ ଦିନ ଧରି ଯେଉଁଭଳି ଭାବରେ ଇସ୍ରାଏଲ ପଲେଷ୍ଟାଇନ ଉପରେ ବର୍ବୋରଚିତ ଆକ୍ରମଣ କରି ୧୦ ହଜାରରୁ ଅଧିକ ଆବାଳ ବୃଦ୍ଧବନିତାଙ୍କୁ ମାରି ଗାଜାକୁ ଶ୍ମଶାସନରେ ପରିଣତ କରି ସାରିଲାଣି ତା ବିରୋଧରେ ତୁରନ୍ତ ଯୁଦ୍ଧବନ୍ଦ ପାଇଁ ସି.ପି.ଆଇ(ଏମ) ସମେତ କୃଷକ, ଶ୍ରମିକ, କ୍ଷେତ ମଜଦୁର, ମହିଳା, ଓ ଯୁବଛାତ୍ର ସଂଗଠନ ତରଫରୁ ଆଜି ଅପରାହ୍ନରେ ଏକ ପଟୁଆର ବଜାର ପରିକ୍ରମା କରି ସାରିବା ପରେ ଷ୍ଟେସନ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି।ଆଜକୁ ୭୫ ବର୍ଷ ତଳେ ୧୯୪୮ ମସିହାରେ ଗ୍ରେଟ ବ୍ରିଟେନ ପାଲେଷ୍ଟାଇନ କୁ ଭାଗ ଭାଗ କରି ଇସ୍ରାଏଲ କୁ ଦେଶ ଭାବରେ ଘୋଷଣା କରି ବସତି ସ୍ଥାପନ କରିବାର ସୁଯୋଗ ଦେଇଥିଲା।ସେହି ବିଷ ମଞ୍ଜି ଆଜି ବିଷାକ୍ତ ଫଳ ହୋଇ ବାହାରୁଛି।ସେହି ଦିନଠୁ ଆଜି ପର୍ଯ୍ୟନ୍ତ ପାଲେଷ୍ଟାଇନ ତାର ଭିଟାମାଟି ପାଇଁ ଲଢେଇ କରୁଛି।ସାମ୍ରାଜ୍ୟବାଦୀ ଆମେରିକାର ନେତୃତ୍ଵରେ ଇସ୍ରାଏଲ ଗାଜାକୁ ଅବରୋଧ କରି ପାଣି, ବିଜୁଳି, ଖାଦ୍ୟ ଓ ଔଷଧ ସମସ୍ତ କିଛି ବନ୍ଦ କରି ଅମାନବିକତାର ଶୀର୍ଷରେ ପହଞ୍ଚିଛି।ଜାତି ସଂଘର ଯୁଦ୍ଧବନ୍ଦ ପ୍ରସ୍ତାବ ବିରୋଧରେ ଆମେରିକା ଭିଟୋ ପ୍ରୟୋଗ କରିବା ସହ ଆର.ଏସ୍‌.ଏସ୍ ଓ ବି.ଜେ.ପି ପରିଚାଳିତ ମୋଦୀ ସରକାର ଆମର ବୈଦେଶିକ ନିତୀକୁ ପ୍ରତ୍ୟାକ୍ଷାନ କରି ଆମେରିକା ର ଚାଟୁକାର ହୋଇ ଭୋଟ ଦାନରୁ ବିରତ ରହିଛି । ମୋଦୀ ସରକାରର ଏହି ନିଷ୍ପତ୍ତି ଦେଶପାଇଁ ସବୁଠୁ ଲଜ୍ୟା ଓ ନିନ୍ଦନୀୟ।ଏଣୁ ଆଜିର ସମୟରେ ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ତୁରନ୍ତ ଯୁଦ୍ଧବନ୍ଦ କରିବାପାଇଁ ମାନବିକତାର ଧ୍ଵଜା ଧରି ପ୍ରତିବାଦର ସ୍ୱରକୁ ଆହୁରି ଶାଣିତ କରିବାକୁ ପଡିବ ବୋଲି ବକ୍ତା ମାନେ ଆହ୍ୱାନ ଦେଇଛନ୍ତି।ଦିଲ୍ଲିପ କୁମାର ଗିରିଙ୍କ ସଭାପତିତ୍ଵରେ ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ ପରିଡା, ପଲଟୁ ଦାସ, ଜୀତାଂଶୁ ନନ୍ଦୀ, ବସନ୍ତ ଦାସ, ରବିନ୍ଦ୍ର ବାରିକ, ରତନ ଦାସ, ଗଣେଶ ପାତ୍ର, ପ୍ରକାଶ ଦେ, ସବିତା ସାହୁ, ମହୁଆ ବସୁ, ସବିତା ଭୂୟାଁ, ଲକ୍ଷ୍ମୀଧର ପଲାଇ, ସେକ ଅବଦୁଲ ସାଦିକ, ସୁବ୍ରତ ବିଶ୍ଵାଳ, ଯତୀନ ଯେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଯୁଦ୍ଧ ନୁହଁ ବରଂ ଶାନ୍ତି ପାଇଁ ଆହ୍ଵାନ ଦେଇଥିଲେ।

Post a Comment

Previous Post Next Post
Header ADS