ନୟାଗଡ଼ , ୦୧/୦୮ :- ନୟାଗଡ଼ ଜିଲ୍ଲା ଇଟାମାଟି ପଞ୍ଚାୟତ ଅଧିନ ସାନ କାଲମାରି ପୋଖରୀ ପାଖରେ ଥିବା ଶ୍ମଶାନକୁ ସେଇ ଗ୍ରାମର କିଛି ଯୁବ ସମାଜ ସେବୀ ମିଶି ସଫେଇ କରିଛନ୍ତି । ନିଜେ ସମାଜସେବା କରିବା ସଙ୍ଗେ ସଙ୍ଗେ ଅସମ୍ଭବ କାମକୁ ସମ୍ଭବ କରିବା ପାଇଁ ଭବିଷତ୍ଵର ଯୁବ ପିଢିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବା ସହ ସମାଜକୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗ୍ରାମର ଯୁବ ସମାଜସେବୀ ଅନନ୍ତ ସାହୁ ,ପ୍ରଶାନ୍ତ କୁମାର ସାହୁ,ମୁନାବେହେରା,ଦେବାଶିଷ,ଶ୍ରଧେୟ,ପାଣୁ,ସୁମିତ,ଆଶିଷ,ପୂର୍ଣ୍ଣ,ବିଶ୍ୱଜିତ୍, ହାପୀ,ଗୁଡୁଙ୍କ ଦ୍ବାରା ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଆଜିକାର ଯୁବପିଢି ଙ୍କ ଏହିଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା ମଧ୍ୟ କରାଯାଉଛି ।
ନୟାଗଡ଼ ରୁ ରଞୀନ କୁମାର ବେହେରା ଙ୍କ ରିପୋର୍ଟ
Post a Comment