Header ADS

ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମକୁ ଖୁସିଖବର ଦେଲେ ସୌଭାଗ୍ୟ।

 


ନୟାଗଡ଼, ୦୨/୦୮ :- ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ପୂର୍ବରୁ ୨୦୧୯ରେ ଜର୍ମାନୀର ହାମବର୍ଗଠାରେ ଓ ୨୦୨୨ରେ କାଜାକସ୍ଥାନ ର ଆସ୍ଥାନା ସହରରେ ସଫଳତାର ସହ ଏକକାଳୀନ ସନ୍ତରଣ, ସାଇକ୍ଲିଂ ଓ ଦୌଡ଼ ସମାପ୍ତ କରି ଦୁଇଥର ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌ ହାସଲ କରିଛନ୍ତି। ପୂର୍ବରୁ ସେ ଭୃଗୁ ଲେକ୍, ଫ୍ରେଣ୍ଡସିପ୍‌ ପିକ୍‌, ହମ୍‌ତା ପାସ୍‌ ଭଳି ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି। ଭବିଷ୍ୟତରେ ସେ ବିଶ୍ବର ୭ ମହାଦେଶର ସର୍ବୋଚ୍ଚ ୭ ଗିରିଶୃଙ୍ଗ ଆରୋହଣ କରିବାକୁ ଲକ୍ଷ ରଖିଛନ୍ତି। ସୂଚନାଯୋଗ୍ୟ ସୌଭାଗ୍ୟ ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିବେ। ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିବେ। ତହିଁ ପରଦିନ ଅଗଷ୍ଟ ୮ ତାରିଖ ରେ ତାଙ୍କର ଦୁଃସାହସିକ ପର୍ବତାରୋହଣ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ ତାରିଖରେ ଭାରତର ଜାତୀୟ ପତାକା ସହ ଶିଖରରେ ପହଞ୍ଚିବାର ଯୋଜନା ରହିଛି।ସୌଭାଗ୍ୟଙ୍କ ପୈତୃକ ଘର ଇଟାମାଟି ର ରତ୍ନପୁର ପାଟଣାରେ ଅବସ୍ଥିତ ଏବଂ ତାଙ୍କ ପିତାଙ୍କ ନାମ ସ୍ବର୍ଗତ ପଞ୍ଚାନନ ରଥ ଏବଂ ଜେଜେବାପା ସ୍ବର୍ଗତ କାଳୀଚରଣ ରଥ ଜଣେ ଲୋକପ୍ରିୟ ହୋମିଓପାଥି ଚିକିତ୍ସକଥିଲେ 

ନୟାଗଡ଼ ରୁ ରଞ୍ଜନ କୁମାର ବେହେରା ଙ୍କ ରିପୋର୍ଟ ।

Post a Comment

Previous Post Next Post
Header ADS