Header ADS

ସମ୍ବଲପୁରୀ ପରିଧାନରେ ନଜର ଆସିଲେ ମୋଦୀ ସରକାରର ୩ ପ୍ରଭାବଶାଳୀ ମନ୍ତ୍ରୀ

 


ଓଡ଼ିଶା ଆଦର୍ଶ ବ୍ୟୁରୋ :- ସମ୍ବଲପୁରରୁ ଦିଲ୍ଲୀ । ସବୁଠି ସମ୍ବଲପୁରୀ ଦିନର ଝଲକ୍ । ସମ୍ବଲପୁରୀ ପରିଧାନରେ ନଜର ଆସିଛନ୍ତି, ମୋଦିର ସରକାରର ୩ ପ୍ରଭାବଶାଳୀ ମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁରୀ ପରିଧାନରେ ନଜର ଆସିଛନ୍ତି ।

ଏହି ଚାରିଜଣ ପ୍ରଭାବଶାଳୀ ନେତା ଏକାଠି ନଜର ଆସିବା ସହ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି । ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଏହି ଅବସରରେ ବଡ଼ ବଡ଼ ନେତା ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

Previous Post Next Post
Header ADS