Header ADS

ରାସୋଳ ମୋହତ୍ସବ ଉଦଯାପିତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଷକ

 


ହିନ୍ଦୋଳ,୧୭/୦୪/୨୩ :- ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ଗ୍ରାମ ପଂଚାୟତ ଠାରେ  ମା' ଦକ୍ଷିଣକାଳୀଙ୍କ  ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଏହି ଉତ୍ସବ ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେଇ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ପାଳନ ଅବସରରେ ୪ଦିନ ବ୍ୟାପି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ କୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କ ଭିଡ ଜମିଥିଲା।

ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ,ପାଲଲହଡା ବିଧାୟକ ମୁକେଶ ପାଳ, ଢେଙ୍କାନାଳ ସାଂସଦ  ମହେଶ୍ୱର ସାହୁ, ହିନ୍ଦୋଳ ଉପ ଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ଉପସ୍ଥିତ ଥିବା ବେଳେ  ଡାକ୍ତର ଦୟାନିଧି ପୃଷ୍ଟି ମୁଖ୍ୟ ଆତିଥି ଭାବେ ଯୋଗ ଦାନ କରି ରାସୋଳ ର   ସର୍ବାଙ୍ଗୀନ  ଉନ୍ନତି ପାଇଁ ଅଭିଭାଷଣ ଦେଇଥିଲେ ।

ଏହି ଉତ୍ସବ କୁ ସରଶ ସୁନ୍ଦର କରିବା ପାଇଁ ରାସୋଳ ବିକାଶ ପରିଷଦ ସଭାପତି ମହେଶ୍ୱର ନାୟକ, ସମ୍ପାଦକ ଭାସ୍କର ଚନ୍ଦର ନାୟକ, ସମବାୟ ସମିତି ସଭାପତି ସଞ୍ଜୟ ଆଚାର୍ଯ୍ୟ, ରାସୋଳ ସମିତି ସଭ୍ୟା ଝରଣା ବେହେରା , ନାଏବ ସରପଞ୍ଚ ରେଖାଶ୍ରୀ ସାହୁ, ପୁର୍ବତନ ସରପଞ୍ଚ ରମେଶ ସାହୁ ଙ୍କ  ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ତେବେ ରାସୋଳ ବିକାଶ ପରିଷଦ ର ଉଦ୍ୟମ ଏବଂ ଅବଦାନ ରେ ଏହି ଉତ୍ସବ ଟି ଆୟଜନ୍ ହୋଇପାରିଛି ବୋଲି ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

Post a Comment

أحدث أقدم
Header ADS