Header ADS

ଗୌର ଗୋପାଲ ଙ୍କ ସ୍ମୃତି ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ

 


ଜଳେଶ୍ବର ୨୭/୦୩/୨୩ :- ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ କୁଟସାହି ପଞ୍ଚାୟତ ରେ ସ୍ବର୍ଗତ ଗୌର ଗୋପାଳ ଦାସ ଙ୍କ ସ୍ମୃତି ରେ ବିଜୁ ମୋପରିବାର ପଖ୍ଯରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଗୌର ଗୋପାଳ ଜଣେ ପରୋପକାରୀ, ଦକ୍ଷ ରାଜନେତା, ତଥା ନିର୍ବାଚନ ମଣ୍ଡଳୀ ର କ୍ରାନ୍ତିକାରୀ ଜନନେତା ଥିଲେ। ତାଙ୍କର ପ୍ରଚେଷ୍ଟା ରେ ଏ ଅଞ୍ଚଳର ଲୋକମାନେ ଜଳେଶ୍ଵର କୁ ଯିବା ଆସିବା କରିପାରୁଛନ୍ତି।  ତେବେ ଜିଲ୍ଲା ରେ ରକ୍ତାଭାବ କୁ ଲଖ୍ଯକରି ବିଜୁ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ଜଳେଶ୍ଵର ବ୍ଲକ କୁଟସାହି ସ୍କୁଲ ପରିସରରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର। 

ଏଥିରେ ଜଳେଶ୍ଵର ବ୍ଲକ ର ୩୪ ଟି ଏବଂ ବସ୍ତା ବ୍ଲକ୍ ର ୧୪ ଟି ପଞ୍ଚାୟତ ରୁ ବହୁ ଯୁବକ ମାନେ ଏକତ୍ରିତ ହୋଇ ରକ୍ତଦାନ କରିଥିଲେ।   ଆଜିର ଏହି ରକ୍ତଦାନ ଶିବିର ବାଲେଶ୍ଵର ଜିଲ୍ଲା ବିଜୁ ଛାତ୍ର ଓ ଯୁବ ଜନତା ଦଳ ର ସଭାପତି ସୁମନ ଦାସ ମହାପାତ୍ର ଯୋଗ ଦେଇଥିବା ବେଳେ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ପୂର୍ବତନ ଜଳେଶ୍ଵର ବ୍ଲକ ସଭାପତି ଭୂପତି ମିର୍ଦ୍ଧା, ପୂର୍ବତନ ଯୁବ ସଭାପତି କାଳିଚରଣ ବେହେରା, ଚନ୍ଦନ କର, ରାସବିହାରୀ ରଣା,ସତ୍ୟ ଶୋଭନ ମିଶ୍ର ପ୍ରମୁଖ ନେତୃତ୍ବ ମଣ୍ଡଳୀ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ।  ସମୁଦାୟ ୫୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି

Post a Comment

Previous Post Next Post
Header ADS