ଭୁବନେଶ୍ବର ୨୭/୦୩ :- ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଓଡ଼ିଆ ଆଦର୍ଶ ପୋର୍ଟାଲ କୁ ସ୍ଵାଗତ, ଦର୍ଶକ ବନ୍ଧୁ ନିକଟରେ ମାର୍ଚ୍ଚ ୧୫ ତାରିଖ ସାରା ଓଡ଼ିଶା ରେ ଡ୍ରାଇଭର ମିଳିତ ମୋହାମଞ୍ଚ ନାମରେ ବହୁ ଡ୍ରାଇଭର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ରେ ସାମିଲ ଥିଲେ, ଉଦ୍ଦେଶ୍ୟ ଥିଲା ଡ୍ରାଇଭର ମାନଙ୍କ ନିଜର ନ୍ୟାର୍ଯ୍ୟ ଦାବି କିପରି ରାଜ୍ୟ ସରକାର ଙ୍କ ପାଖରୁ ପାଇବା ହେଲେ ଏହି ଡ୍ରାଇଭର ଙ୍କ ଦାବି ପୂରଣ ପରିବର୍ତ୍ତେ ରାଜ୍ୟ ସରକାର ୯୦ ଦିନ ର ସମୟ ନେଇଥିଲେ, ଏହି ୯୦ ଦିନ ରୁ ୧୧ଦିନ ବିତିଗଲାଣି ଆଉ ରହିଛି ୭୯ ଦିନ।
ଦର୍ଶକ ବନ୍ଧୁ ଆମେ ଏଥି ପାଇଁ ଆପଣଙ୍କୁ ଡ୍ରାଇଭର ଙ୍କ ବିଷୟରେ କହୁଛୁ କି ସାରା ରାଜ୍ୟରେ ଅନେକ ସଂଗଠନ ଡ୍ରାଇଭର ଙ୍କ ପାଇଁ ପଞ୍ଜୀକୃତ କରିଛନ୍ତି ହେଲେ କେବେ ବି ଡ୍ରାଇଭର ଙ୍କ ପାଇଁ କିଛି ଆଖି ଦୃଷିଆ କାମ କରିନଥିଲେ ହେଲେ ରାଜ୍ୟରେ ଓଡିଶା ଡ୍ରାଇଭର ମହାସଂଘ ନାମ ରେ ଏକ ସଂଗଠନ ହେବା ଠାରୁ ଡ୍ରାଇଭର ମାନେ ବର୍ଦି ପିନ୍ଧିବା, ରାସ୍ତା ରେ ଅସୁବିଧାରେ ପଡ଼ିଲେ ପରସ୍ପର କୁ ସାହାଯ୍ୟ କରିବା, ଦୁର୍ଘଟଣାରେ ଡ୍ରାଇଭର ଟିଏ ମୃତ୍ୟୁ ବରଣ କଲେ ପାରିବାର ଙ୍କୁ ଆର୍ଥିକ ସାହାଯ୍ୟ କରିବା, ରାସ୍ତା ରେ ଗାଡ଼ି ଚାଳକ ମାନଙ୍କୁ ସଚେତନ କରିବା, ଖରାଦିନେ ରାସ୍ତା ପାର୍ଶ୍ବରେ ଜଳଦାନ କରିବା ଇତ୍ୟାଦି ମହତ କାର୍ଯ୍ୟରେ ଓଡିଶା ଡ୍ରାଇଭର ମହାସଂଘ ର ଡ୍ରାଇଭର ମାନେ ନିଜକୁ ନୀୟଜିତ କରିଥାନ୍ତି। ତେବେ ଏହି ଓଡିଶା ଡ୍ରାଇଭର ମହାସଂଘ ର ସଦସ୍ୟ ମାନଙ୍କୁ ନେଇ ପୂର୍ବରୁ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଦୁଇ ଦୁଇ ଥର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସରକାର କୌଣସି ଦାବି କୁ ପୂରଣ କରି ନଥିଲେ।ଏକା ହୋଇ ଲଢ଼ିବା ପରେ ଅନ୍ୟ ସଂଗଠନ ଓଡିଶା ଡ୍ରାଇଭର ମହାସଂଘ କୁ ସମର୍ଥନ କରିଥିଲେ ଏବଂ ଏହି ଡ୍ରାଇଭର ମିଳିତ ମହାମଞ୍ଚ ଗଠନ କରି ମାର୍ଚ୍ଚ ୧୫ ସାରା ଓଡ଼ିଶା ରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିଥିଲେ। ଦୁଇ ଦିନରେ ସାରା ଓଡ଼ିଶା ରେ ଏକ ପ୍ରକାର ଅଚଳ ପରିସ୍ଥିତି ସୃଷ୍ଟି ହୋଇଥିଲା କିଛି ସ୍ଥାନରେ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ସରିଗଲା, ପରିବା ମିଳିଲାନି, ବସ ମାଲିକ ବସ ସେବା ବନ୍ଧ କରିବା ଦ୍ୱାରା ଯାତ୍ରୀ ଅସୁବିଧା ଭୋଗିଥିଲେ କୀନ୍ତୁ ଏସବୁ ପଛରେ ଆନ୍ଦୋଳନ କରୁଥିବା ଡ୍ରାଇଭର ମାନଙ୍କର ଭୁଲ୍ ନଥିଲା କାରଣ ଓଡିଶା ଡ୍ରାଇଭର ମହାସଂଘ ର ଧାରଣା କେବଳ ଶାନ୍ତି ପୁର୍ଣ୍ଣ ଥିଲା ହେଲେ ଡ୍ରାଇଭର ସମାଜ କୁ ଗୁରୁତ୍ୱ ଦେଇ ସାଧାରଣ ଜନତା ଓଡିଶା ଡ୍ରାଇଭର ମହାସଂଘ କୁ ସମର୍ଥନ କରିଥିଲେ।
ତେବେ ଆଗକୁ ଡ୍ରାଇଭର ମାନଙ୍କର ନିଜର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିବା ବେଳେ ଯଦି ରାଜ୍ୟ ସରକାର ଦାବି ପୂରଣ ନକରନ୍ତି ତାହେଲେ ଡ୍ରାଇଭର ବି ଆଗମୀ ୯୦ଦିନ ପରେ କଣ କରିବ ସେଥିପାଇଁ ପ୍ରସ୍ତୁତ ହେଉଥିବା ବିଶେଷ ସୂତ୍ରରୁ ପ୍ରକାଶ।
Post a Comment