Header ADS

ଦୀନକୃଷ୍ଣ ବିଦ୍ୟାଳୟ ରେ ୨୦୧୦ ବ୍ୟାଚ ର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ।


ଜଳେଶ୍ବର, ୨୭/୦୩/୨୩ :- ବାଲେଶ୍ବର ଜିଲ୍ଲା ଜଳେଶ୍ଵର ର  ଖୁଆଡ ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ୨୦୧୦ ବ୍ୟାଚ୍ ର ସମସ୍ତ ୪୨ ଛାତ୍ର ଛାତ୍ରୀ  ଏବଂ ତାଙ୍କର ପରିବାର ବର୍ଗ ନେଇ  ଖୁଆଡ ର ଦୀନକୃଷ୍ଣ ଷ୍ଟାଡିୟମ୍ ରେ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ସମସ୍ତ ବନ୍ଧୁ ପୁରୁଣା କଥା ମନେ ପକେଇ ଆତ୍ମବିଭୋର ହୋଇଥିଲେ। ବହୁ ପୁରୁଣା କଥା ମନେ ପକାଇ ସେମାନେ ପରସ୍ପରକୁ କୃତଜ୍ଞତା ଜ୍ଞାପନ କରିଥଲେ।ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରିଥିଲେଏବଂ ସେତେ ବେଳ ର ଆଦର୍ଶ ଛାତ୍ର ସୁମନ୍ତ ଜେନା ଏବେ ର କନିଷ୍ଠ ଶିକ୍ଷକ  ରାଇରଙ୍ଗ ପୁର ସ୍କୁଲ୍ ର ସେ ତାଙ୍କ ବ୍ୟକ୍ତବ୍ୟ କହିଥିଲେ ସ୍କୁଲ୍ ବନ୍ଧୁ ହେଉଛି ପ୍ରକୃତ ବଂଧୁ ତେଣୁ ଏ ଭଳିଆ ବନ୍ଧୁ ମିଳନ ପର୍ବ ହେବା ଉଚିତ୍। ଯାହା ଫଳରେ ସଂପର୍କ ବାନ୍ଧି ହୋଇ ରହିବ। ପରେ ସମସ୍ତ ବନ୍ଧୁ ନିଜ ବାଲ୍ୟ ଜିବନ କଥା ବଖାଣି ଥିଲେ।ଶେଷରେ ଭୋଜି ଭାତ ସହିତ ସମସ୍ତେ ଆନନ୍ଦ ଉଲ୍ଲାସ ରେ ମଜା ନେଇଥିଲେ।

Post a Comment

Previous Post Next Post
Header ADS