ନିଳଗିରି/ ୦୫/୦୧/୨୩ -(ଓଡିଶା ଆଦର୍ଶ ଲାଇଭ)
ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଇଂରାଜୀ ନବ ବର୍ଷ ଉପଲକ୍ଷେ ନୀଳଗିରି NAC Admin କରୁଣାକର ବେହେରା ସମସ୍ତ ଡ୍ରାଇଭର ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ତେବେ NAC ର ୫୦ ରୁ ଉର୍ଦ୍ଧ ସଂଖ୍ୟକ ଡ୍ରାଇଭର ଥିବା ବେଳେ ସମସ୍ତ ଡ୍ରାଇଭର ଖାକି ଡ୍ରାଇଭର ପୋଷାକ ପରିଧାନ କରି ସଙ୍ଘର ନିୟମ ମାନି ଶୃଙ୍ଖଳିତ ଭାବେ ଗାଡ଼ି ଚଳାଉଛନ୍ତି।
ନିଜ ଭିତରେ ଭାଇଚାରା କୁ ପାଥେୟ କରି ଓଡ଼ିଶା ଡ୍ରାଇଭର ମହାସଂଘ ର ସମସ୍ତ ନିୟମ କୁ ମାନିବା ସହିତ Admin କରୁଣାକର ବେହେରା ଙ୍କ କଥା କୁ ମାନୁଛନ୍ତି।
ଓଡ଼ିଶା ଡ୍ରାଇଭର ମହାସଂଘ ର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଆଜି ଏହି ସଙ୍ଘ କରିଥିବାରୁ ସାରା ଓଡ଼ିଶା ରେ ଓଡିଶା ଡ୍ରାଇଭର ମହାସଂଘ ୧ନମ୍ବର ହେଇ ପାରିଛି।ଓଡିଶାର କଣ ଅନୁକଣରୁ କେହି ଡ୍ରାଇଭର କାହାରିକୁ ଚିହିଁ ନଥିଲେ କିନ୍ତୁ ଆଜି ଏହି ସଙ୍ଘ ହେବା ଫଳରେ ଡ୍ରାଇଭର ଏକତା ସୃଷ୍ଟି ହେବା ସହିତ ବିପଦରେ ପଡିଥିବା ଡ୍ରାଇଭର କୁ ସାହାଯ୍ୟ ସହଯୋଗ ମିଳିପାରୁଛି।
ନୀଳଗିରି NAC ର Admin କରୁଣାକର ବେହେରା ଙ୍କ ଚେଷ୍ଟା ଏବଂ ଅଜୟ ଭାଇ ଓ ଯୋଗେଶ ଭାଇ ଙ୍କ ମିଳିତ ସହଯୋଗ ରେ NAC ଡ୍ରାଇଭର ମହାସଂଘ ଆଗକୁ ଆଗକୁ ବଢ଼ିଚାଲିଛି।ତେବେ ଏହି ନୂତନ ବର୍ଷରେ NAC ତଥା ନୀଳଗିରି ବ୍ଲକ ରେ ଥିବା ସମସ୍ତ ଡ଼୍ରାଇଭର ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି କରୁଣାକର ବେହେରା।
إرسال تعليق