ବାଲିଗୁଡ଼ା/୦୯/୦୧/୨୩(ସନ୍ଦୀପ କୁମାର ନାୟକ):-୧୯୯୭ ମସିହା ଡିସେମ୍ବର ୨୬ ତାରିଖ ରେ ଓଡ଼ିଶା ରେ ଜନ୍ମ ନେଲା ଏକ ରାଜନୀତି ଦଳ ବିଜୁ ଜନତା ଦଳ, ଡିସେମ୍ବର ୨୬ ତାରିଖରୁ ଓଡ଼ିଶା ର ପ୍ରତ୍ୟେକ ବ୍ଲକ,ଜିଲ୍ଲା , ନିର୍ବାଚନ ମଣ୍ଡଳୀରେ ପାଳିତ ହେଉଛି ଏହି ପ୍ରତିଷ୍ଠା ଦିବସ ।
ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବାଲିଗୁଡ଼ା ବ୍ଲକ୍ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ଆଜି ମହାସିଙ୍ଗି ନିକଟସ୍ଥ କିମ୍ସ ପଡ଼ିଆରେ ବିଜେଡ଼ି ପାଳିଛି ପ୍ରତିଷ୍ଠା ଦିବସ
ଏହି ଅବସରରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷ ଶାନ୍ତିଲତା ନାୟକ,ଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ୍ ସ୍ତରୀୟ ନେତା ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପନ୍ଦର ହଜାରରୁ ଉର୍ଦ୍ଧ୍ଵ ସମାଗମ ହୋଇଥିଲା । ଆପଣଙ୍କ ଆଶିର୍ବାଦରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ବିପୁଳ ସଂଖ୍ୟାରେ ବିଜେଡ଼ି ଜିତିବ , ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଆଜି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ହୋଇକର୍ମୀଙ୍କପାରିଛି ବୋଲି କହିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଅନ୍ୟପଟେ ଦରଦାମ୍ ବୃଦ୍ଧି,ବେକାରୀ ଯୁବକମାନଙ୍କୁ ନିଯୁକ୍ତି ଓ କଳାଧନ ଫେରେଇ ଆଣିବା ପ୍ରସଙ୍ଗ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଜିଲ୍ଲା ପ୍ରଭାରୀ ବିଜୟ ନାୟକ ।
إرسال تعليق