Header ADS

ବାଲେଶ୍ବରରେ ପହଞ୍ଚିଲା ହକି ବିଶ୍ୱକପର ସମ୍ମାନଜନକ ଟ୍ରଫି

 

 


 ବାଲେଶ୍ଵର /୦୮/୦୧/୨୩ :- ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ଵକପ ର ସମ୍ମାନଜନକ ଟ୍ରଫି ରବିବାର ବାଲେଶ୍ଵର ରେ ପହଞ୍ଚି ଥିଲା। ଟ୍ରଫି ପହଞ୍ଚିବା ପରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଟ୍ରଫିକୁ ବାଲେଶ୍ବରବାସୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।  ଏକ ବିରାଟ ପଟୁଆରରେ ଶତାଧିକ ଛାତ୍ରଛାତ୍ରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଟ୍ରଫି କୁ ସହର ପରିକ୍ରମା କରାଇବା ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 
ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉଶାହେବ ସୀନ୍ଧେ , ବାଲେଶ୍ଵର ଏସ.ପି ସଗରିକା ନାଥ, ବାଲେଶ୍ଵର ପୁର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ନୀଳଗିରି ବିଜେଡି ବିଧାୟକ ପର୍ଥୀ ସନ୍ତୋଷ ଖଟୁଆ, ନୀଳଗିରି ବିଜ୍ଞାପିତଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅମ୍ବିକା ଦାସ, ନୀଳଗିରି ନିର୍ବାଚନ ମଣ୍ଡଳୀର ଅନୁସୂଚୀତ ଜନଜାତି ସଭାପତି ଶରତ କୁମାର ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।


ଓଡ଼ିଶାରେ ହକି ବିଶ୍ବକପ୍ ଖେଳରେ ଭାରତ ର ବିଜୟ ନିଶ୍ଚିତ ହେବ ବୋଲି ମତବ୍ୟକ୍ତ କରିଥିଲେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ।



Post a Comment

أحدث أقدم
Header ADS