Header ADS

ATM ରେ ଟଙ୍କା ଭରୁଥିବା ସମୟରେ ଲୁଟିନେଲେ ଟଙ୍କା

 


ନୀଳଗିରି:୦୫/୦୧/୨୩ (ଓଡିଶା ଆଦର୍ଶ ଲାଇଭ) ବାଲେଶ୍ବର ଜିଲ୍ଲାର ନୀଳଗିରିରେ ନଅ ଜଣିଆ ଲୁଟିଆ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛି। ବରହମପୁର ଥାନା ଅଧୀନ ଜାମୁନା ଛକରେ ଥିବା ଏକ ଏସବିଆଇ କିୟୋସ ବ୍ୟାଙ୍କର ଏଟିଏମ୍ ରେ ଟଙ୍କା ଭର୍ତି କରା ଯାଉଥିବା ସମୟରେ ୪ଟି ବାଇକ୍ ରେ ୯ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟି ନେଇଛନ୍ତି। 

ସେହିପରି ବ୍ୟାଙ୍କ କର୍ମଚାରୀଙ୍କୁ ଓ ରୁଣ୍ଡ ହୋଇଥିବା ସ୍ଥାନୀୟ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ୩ ଲକ୍ଷ ଟଙ୍କା ଧରି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରାସ୍ତାରେ ଖସି ଯାଇଛନ୍ତି। ସେମାନେ ଉକ୍ତ ବ୍ୟାଙ୍କର ସତ୍ଵାଧିକାରୀ ଚନ୍ଦନ ସାହୁଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି।


 ଯିବା ସମୟରେ ଗୋଟିଏ ଭୁଜାଲିକୁ ଲୁଟିଆ ମାନେ ଛାଡ଼ି ଦେଇଛନ୍ତି। ଖବର ପାଇ ବରହମପୁର ପୁଲିସ ପହଞ୍ଚି ତନାଘନା କରିଥିଲେ ହେଁ ଲୁଟିଆଙ୍କୁ ଠାବ କରିବାରେ ବିଫଳ ହୋଇଛି। 

ତେବେ ନୀଳଗିରି ଅଞ୍ଚଳରେ ବାରମ୍ବାର ଚୋରି ଚିନ୍ତାଇ ବୃଦ୍ଧି ପାଉଥିବା ଯୋଗୁଁ ପୋଲିସ ଉପରେ ଲୋକଙ୍କ ଭରସା ଉଠିଵାରେ ଲାଗିଛି।

ତେବେ ଉକ୍ତ ଘଟଣା ସ୍ଥଳରେ ବରହମପୁର ଏବଂ କପ୍ତିପଦା ପଲିସ ପହଞ୍ଚି ତଦନ୍ତ କରୁଛି।

Post a Comment

أحدث أقدم
Header ADS