ସେବା ସଂକଳ୍ପ ଅଭିଯାନ ଅବସରରେ ଆଙ୍ଗନ କା ଉତ୍ସବ ଉଦଯାପିତ
ନୀଳଗିରି,୨୯/୯(ଓଡ଼ିଶା ଆଦର୍ଶ): ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ତିନିଦିନ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଙ୍ଗନ୍ କା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ନୀଳଗିରି ବ୍ଳକ୍ ଜଡିଦା ପଞ୍ଚାୟତ ବାଉଁଶନାଳ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ଯ ପାଳନ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ,ସାମାଜିକକର୍ମି, ଶିଶୁ ଓ ଅଭିଭାବକ ,କିଶୋରୀ ବାଳିକା, ଏ ଏମ୍ ସି, ର ସଦସ୍ୟ ମାନଙ୍କୁ ସାମିଲ କରାଯାଇ ପ୍ରଥମ ଦିନ ର ଅଭିଭାବକ ମାନଙ୍କ ଦ୍ଵାରା ପୋଷଣ ଯୁକ୍ତ ସ୍ଵାଦିଷ୍ଟ ଓ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି କେନ୍ଦ୍ର କୁ ଆଣିଥିଲେ। ଯାହା ଅଙ୍ଗନବାଡି କେନ୍ଦ୍ର ରେ ପ୍ରଦର୍ଶିତ ହୋଇଥଲା। ଦ୍ଵିତୀୟ ଦିବସରେ ପିଲା ମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଗଳ୍ପ, ମଜାଦାର ଖେଳ ଆୟୋଜିତ ହୋଇଥଲା। ତୃତୀୟ ଦିନରେ ମହିଳା ଓ ଶିଶୁ ଙ୍କ ଉନ୍ନତି ପାଇଁ ଉଦ୍ଧିଷ୍ଟ ଯଥା ସୁଭଦ୍ରା ଯୋଜନା, ମମତା ଯୋଜନା ଉପରେ ଆଲୋଚନା ହୋଇଥିଲା। ଏଥି ସହିତ ଵାପା ମାଆ ମାନଙ୍କ ମଧ୍ୟରେ ହୋଇଥିବା ରୋଷେଇ ପ୍ରତିଯୋଗିତାରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ଙ୍କ ସ୍ୱାକ୍ଷର ଥିବା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଶେଷ ଦିନ ତ୍ରିରଙ୍ଗା ପ୍ଲେଟ୍ ମଧ୍ୟାର୍ଣ୍ଣ ଭୋଜନ ରେ ସମସ୍ତ ଅଭିଭାବକ, ଗର୍ଭବତୀ ଓ ପ୍ରସୂତି ମା, କିଶୋରୀ ଏବଂ ଶିଶୁ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରୁଷ୍ଟିକର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା ।ଅଙ୍ଗନବାଡି କର୍ମୀ ରେଣୁକା ଖଣ୍ଡେଇ ଓ ସହାୟିକା ଲକ୍ଷ୍ମୀପ୍ରିୟା ଖଣ୍ଡେଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ଉତ୍ସବରେ ସସ୍ମିତା ମହାକୁଡ଼,କଳ୍ପନା ନାୟକ, ଦୀପଶିଖା ମହାକୁଡ଼, ଅମୂଲ୍ୟ ନାୟକ , ଧର୍ମେନ୍ଦ୍ର ମହାକୁଡ଼, ପ୍ରଭାକର ନାୟକ, ରାଜେନ୍ଦ୍ର ମହାକୁଡ଼,ସରସ୍ୱତୀ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶନୀ ଲେଙ୍କା, ପ୍ରମୁଖ ଯୋଗଦେଇ ଥିଲେ।




Post a Comment