Header ADS

ବ୍ଲକ ମୁଖ୍ୟରାସ୍ତା ସଚନୀୟ, ବାଇକରୁ ଖସି ୩ଆହତ

 ବ୍ଲକ ମୁଖ୍ୟରାସ୍ତା ସଚନୀୟ, ବାଇକରୁ ଖସି ୩ଆହତ


ଯାଜପୁର ୨୫/୦୯(ଓଡ଼ିଶା ଆଦର୍ଶ):ଧର୍ମଶାଳା ଓ କୋରେଇ ଭଳି ତିନୋଟି ପ୍ରମୁଖ ନିର୍ବାଚନ ମଣ୍ଡଳୀର ୨୮ଟି ପଞ୍ଚାୟତକୁ ନେଇ ଗଠିତ ରସୁଲପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି। ବ୍ଲକ କାର୍ଯ୍ୟାଳୟକୁ ସଂଲଗ୍ନ କରି ପଶୁ ଚିକିତ୍ସାଳୟ, କୃଷି କାର୍ଯ୍ୟାଳୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ସିଡିପିଓ)ଏବଂ ମଣ୍ଡଳ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ରହିଛି। ଏହି ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକୁ ସମସ୍ତ ବ୍ଲକରୁ ଶହ ଶହ ସାଧାରଣ ନାଗରିକ ତଥା ବିଭାଗୀୟ କର୍ମଚାରୀ ପ୍ରତିଦିନ ଯାତାୟାତ କରୁଛନ୍ତି। ବ୍ଲକ ସମ୍ମୁଖରୁ ବାହାରିଥିବା ଏହି ରାସ୍ତାଟି ମାତ୍ର କିଛି ଦୂରରେ ୧୬ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିଲେ ହେଁ ଦୀର୍ଘ ବର୍ଷ ଧରି ମରାମତି ଅଭାବରୁ ଏହା ଏକ ମରଣଯନ୍ତା ପାଲଟିଛି। ଆଜି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଖାଲରେ ପଡି ବାଇକରୁ ଖସିପଡିବାରୁ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।ଏହି ରାସ୍ତାର ଉନ୍ନତି କରଣ ଓ ମରାମତି ଦାବିରେ ରସୁଲପୁର ସଚେତନ ନାଗରିକ ମଞ୍ଚ ତରଫରୁ ଆବାହକ ଇଂ. ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସମୟରେ ଆନ୍ଦୋଳନ ସହିତ ଦାବି ମଧ୍ୟ କରାଯାଇଛି। ତେବେ ଉକ୍ତ ପ୍ରସ୍ତାବିତ ରାସ୍ତାର କିଛି ଅଂଶରେ ଘରେଇ ଜମି ଥିବାରୁ ନିର୍ମାଣରେ ବାଧା ସୃଷ୍ଟି ହେଉଥିବା ଦର୍ଶାଯାଇ ଥିଲା, ତେଣୁ ତହସିଲଦାର ସିଦ୍ଧାର୍ଥ କୁମାର ବେହେରା,ବିଡ଼ିଓ ସତ୍ୟାନନ୍ଦ ଦାସ, ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ଜମି ଯାଉଥିବା ୬ଜଣ ମାଲିକ ଏବଂ ସଚେତନ ନାଗରିକ ମଞ୍ଚର ପ୍ରତିନିଧିମାନେ ଆଲୋଚନା କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ଜମି ମାପଚୁପ କରାଯାଇ ଅଧିଗ୍ରହଣ ପ୍ରକ୍ରିୟା ଶେଷ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ମାତ୍ର ଉକ୍ତ ନିଷ୍ପତିର ମାସ ମାସ ବିତି ଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ,ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ଜମି ଅଧିଗ୍ରହଣ ଜନିତ ସମସ୍ୟା ଯୋଗୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

Post a Comment

Previous Post Next Post
Header ADS