Header ADS

ବିଶିଷ୍ଟ କଂଗ୍ରେସ ନେତା ସ୍ବର୍ଗତ ସରୋଜ କୁମାର ବେହେରା ଙ୍କ ଏକା ଦଶାହ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

 ବିଶିଷ୍ଟ କଂଗ୍ରେସ ନେତା ସ୍ବର୍ଗତ ସରୋଜ କୁମାର ବେହେରା ଙ୍କ ଏକା ଦଶାହ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।


ନୀଳଗିରି, ୨୮/୦୮(ଓଡ଼ିଶା ଆଦର୍ଶ):ବିଶିଷ୍ଟ କଂଗ୍ରେସ ନେତା ସ୍ବର୍ଗତ ସରୋଜ କୁମାର ବେହେରା ଙ୍କ ଏକା ଦଶାହରେ , ନୀଳଗିରି କଂଗ୍ରେସ ଭବନ ପରିସରରେ ସୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ସୂଚନାରୁ ଜଣା ଯାଇଛି, ୧୯୬୩ ମସିହା ଜାନୁଆରୀ ୨୩ ତାରିଖ ରେ ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ର ତିନିଦେଶ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର କର୍ମମୟ ରାଜନୈତିକ ଜୀବନ ରେ ସେ ୧୯୯୩ ମସିହା ରେ କଂଗ୍ରେସ ଟିକେଟ ରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଜନ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣକରି ନେଇଥିଲେ। ଜୀବନ ଯାକ କଂଗ୍ରେସ ଦଳରେ ରହି ଜନ ସେବା କରୁ ଥିଲେ। ଅତ୍ୟନ୍ତ ଦୁଃଖ ର ବିଷୟ ଗତ ତା ୧୮/୦୮/୨୬ ରେ ତାଙ୍କର ଅକାଳ ବିୟୋଗ କଂଗ୍ରେସ ଦଳ ର ଏକ ଅପୂରଣୀୟ କ୍ଷତି ଘଟାଇଛି। ତାଙ୍କର ସ୍ମୃତି ରେ ଆଜି କିଶାନ କଂଗ୍ରେସ ର ରାଜ୍ୟ ଉପସଭାପତି ଯଶୋଦା ନନ୍ଦନ ସିଂହ ଙ୍କ ଆବାହକତ୍ୱ ଓ କିଶାନ କଂଗ୍ରେସର ବ୍ଲକ ସଭାପତି ଚକ୍ରଧର ଦାସବାବୁଙ୍କ ସଭାପତିତ୍ବ ରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ବେହେରା ଙ୍କ ବହୁମୁଖି ପ୍ରତିଭା ସମ୍ପର୍କ ରେ ଉପସ୍ଥିତ ବ୍ୟକ୍ତି ମାନେ ତାଙ୍କର ସ୍ମୃତି ଚାରଣ କରି ଥିଲେ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ, ବରିଷ୍ଠ ବର୍ଷୀୟାନ କଂଗ୍ରେସ ନେତା ସଦାଶିବ ରଥ, ରଞ୍ଜିତ ଦାସ, ରାସବିହାରୀ ମହାପାତ୍ର, ସୂର୍ଯ୍ୟକାନ୍ତ ଦାସ, ଚକ୍ରଧର ସିଂ, କିଶାନ କଂଗ୍ରେସ ର ନଗର ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି,ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ବିଶ୍ଵନାଥ ଦାସ, ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ର ବକ୍ତବ୍ୟ ରଖି ଥିଲେ।

Post a Comment

Previous Post Next Post
Header ADS