Header ADS

ଦକ୍ଷ ଥାନା ଅଧିକାରୀଙ୍କ ବଦଳିକୁ ନେଇ ଜନ ଅସନ୍ତୋଷ

 ଦକ୍ଷ ଥାନା ଅଧିକାରୀଙ୍କ ବଦଳିକୁ ନେଇ ଜନ ଅସନ୍ତୋଷ 



ବାଲେଶ୍ଵର,୩୧/୦୮ (ଓଡ଼ିଶା ଆଦର୍ଶ) : ବାଲେଶ୍ୱର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଥାନା ଭାବେ ପରିଚିତ ଖନ୍ତାପଡ଼ା ଥାନାର ଥାନା ଅଧିକାରୀ ଅନୁରାଗ ମହାନ୍ତିଙ୍କ ବଦଳିକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ମହାନ୍ତିଙ୍କୁ ଖନ୍ତାପଡ଼ା ଥାନାରୁ ସୋର ଥାନାକୁ ବଦଳି କରାଯାଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଖନ୍ତାପଡ଼ା ଥାନା ଅବସ୍ଥିତ ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ। ଥାନା ଅଧୀନ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଥାନା ଅଧିକାରୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ମହାନ୍ତି ଖନ୍ତାପଡ଼ା ଥାନାରେ ଯୋଗଦେବା ପରେ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଥିବା ଏବଂ ଅପରାଧୀଙ୍କ ଉପରେ ପୁଲିସର କଡ଼ା ନଜର ରହିଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି।

ବିଶେଷକରି ଚୋରି, ଡକାୟତି ଓ ବିଭିନ୍ନ ଅପରାଧିକ ଘଟଣା ଉପରେ ପୁଲିସର ତତ୍ପରତା ଯୋଗୁଁ ଅପରାଧୀମାନେ ସାବାଡ଼ ହୋଇଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଛି। ଏପରି ସ୍ଥିତିରେ ତାଙ୍କର ବଦଳି ଖବର ଅଞ୍ଚଳବାସୀଙ୍କ ମଧ୍ୟରେ ନିରାଶା ସୃଷ୍ଟି କରିଛି। ଖନ୍ତାପଡ଼ା ଥାନା ଏକ ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ଦାୟିତ୍ୱବାନ ଓ ଦକ୍ଷ ଅଧିକାରୀଙ୍କ ଆବଶ୍ୟକତା ରହିଛି। ତେଣୁ ଶ୍ରୀ ଅନୁରାଗ ମହାନ୍ତିଙ୍କୁ ପୁନଶ୍ଚ ଖନ୍ତାପଡ଼ା ଥାନାରେ ନିଯୁକ୍ତି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଉଠିଛି। ତେବେ ଏନେଇ ପୁଲିସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Post a Comment

Previous Post Next Post
Header ADS