Header ADS

ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

 ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ



କୋରାପୁଟ,୫/୮ (ଓଡ଼ିଶା ଆଦର୍ଶ): ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଜିଲ୍ଲାରେ 'ହର ଘର ତ୍ରିରଙ୍ଗା' ଅଭିଯାନକୁ ସଫଳ ଓ ବ୍ୟାପକ ଭାବେ ପାଳନ କରିବା ନିମନ୍ତେ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, 'ହର ଘର ତ୍ରିରଙ୍ଗା' କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସମ୍ବିଧାନ ପ୍ରତି ସମ୍ମାନର ପ୍ରତୀକ। ଜିଲ୍ଲାର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହରାଞ୍ଚଳ ସରକାରୀ-ବେସରକାରୀ ଅନୁଷ୍ଠାନରେ ଏହି ଅଭିଯାନକୁ ଜନସହଭାଗିତାର ସହ ସଫଳ କରିବା ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜାତୀୟ ପତାକାର ସଠିକ୍ ବ୍ୟବହାର, ପତାକା ଉତ୍ତୋଳନ ସମ୍ବନ୍ଧୀୟ ନିୟମାବଳୀ, ସଚେତନତା କାର୍ଯ୍ୟକ୍ରମ, ସ୍କୁଲ-କଲେଜରେ ଦେଶପ୍ରେମ ଭିତ୍ତିକ କାର୍ଯ୍ୟକ୍ରମ, ସାଂସ୍କୃତିକ ଅନୁଷ୍ଠାନ, ପ୍ରଭାତଫେରୀ, ସଚେତନତା ରାଲି ଏବଂ ବିଭିନ୍ନ ଜନସମ୍ପୃକ୍ତି କାର୍ଯ୍ୟକ୍ରମ ଆୟୋଜନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଏଥିସହ ପ୍ରତ୍ୟେକ ଘର, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଜନତାଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଏହି ଜାତୀୟ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଯାଇଥିଲା। ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ ଓ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ରହି ଅଭିଯାନକୁ ସଫଳ କରିବା ପାଇଁ ନିଜ ନିଜ ବିଭାଗର କାର୍ଯ୍ୟଯୋଜନା ସମ୍ପର୍କରେ ମତାମତ ରଖିଥିଲେ।

Post a Comment

Previous Post Next Post
Header ADS