ନୀଳଗିରିରେ ଉତ୍କଳମଣିଙ୍କ ୯୮ତମ ଶ୍ରାଦ୍ଧୋତ୍ସବ।
‘ଭଲ କାମ ପାଇଁ ପଣ୍ଡିତେ କାଳଜୟୀ’
ନୀଳଗିରି,୧୪ା୭(): ନୀଳଗିରିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳେ ଶିଶିର ମହାପାତ୍ର ଫାଉଣ୍ଡେସନ ଏବଂ ସ୍ବର୍ଣ୍ଣଚୂଡ଼ ଯୁବ ମହୋତ୍ସବ କମିଟି ପକ୍ଷରୁ ଶଙ୍କରାଖୁଣ୍ଟା ପୋଖରୀ ପାର୍ଶ୍ବରେ ଉତ୍କଳମଣିଙ୍କ ତିଳତର୍ପଣ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଫାଉଣ୍ଡେସନ ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର, ୬ନଂ ୱାର୍ଡ଼ କାଉନସିଲର ପ୍ରତାପ ସେଠୀ, ସଦସ୍ୟ ଚିନ୍ମୟଶରଣ ରାଉତ, ନୀଳମାଧବ ଆଚାର୍ଯ୍ୟ, ଧବଳେଶ୍ବର ନନ୍ଦ, ନିଗମ ରାଉତ, ମନୋରଞ୍ଜନ ବେହେରା, କମଳଲୋଚନ ମିଶ୍ର, ପରିସ୍ମିତା ଦାସ, ପାର୍ବତୀ ସେଠୀ, ପୂଜା ଜେନା, ସନ୍ତୋଷୀ କର ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ। ସେହିପରି କେସି ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଆୟୋଜିତ ଏକ ସଭାରେ ସାମ୍ବାଦିକ ଅତୁଲ ସ ପୌରୋହିତ୍ୟ କରିଥିବା ବେଳେ ଉତ୍କଳମଣି ତାଙ୍କ ଭଲ କାମ ପାଇଁ କାଳଜୟୀ ପାଲଟିଛନ୍ତି ବୋଲି ମୁଖ୍ୟଅତିଥିଭାବେ ଯୋଗ ଦେଇଥିବା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କହିଥିଲେ। ସମ୍ମାନିତ ଅତିଥିଭାବେ ହାଇସ୍କୁଲ ଆଲୁମିନି କମିଟି ସଭାପତି ସୁରଞ୍ଜନ ମହାପାତ୍ର, ପୂର୍ବତନ ପ୍ରଧାନଶିକ୍ଷକ କୌଶିକ ଦାସ, ଶିକ୍ଷୟିତ୍ରୀ ରେଣୁବାଳା ନାୟକ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ସମେତ ସୁଶ୍ରୀ ଯୁବରାଣୀ ରାଉତ, ଝୁଲଣବାଳା ରଥ, ସଞ୍ଜୁକ୍ତା ସିଂ, ଗିରିବାଳା ଧଳ, ଦମୟନ୍ତୀ ନାୟକ, ସୁଚିସ୍ମିତା ଦାସ, ପ୍ରତିମା ବେହେରା, ଦେବସ୍ମିିତା ସ ପ୍ରମୁଖ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।





Post a Comment