ଘର ଲୋକ ଅନୁପସ୍ଥିରେ ୧୦ ଲକ୍ଷ ର ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଲୁଟ ଅଭିଯୋଗ।
ନୀଳଗିରି, ୧୬/୫(ଓଡ଼ିଶା ଆଦର୍ଶ); ପରିବାର ଲୋକଙ୍କ ଅନୁପସ୍ଥିରେ କଳା କନା ବୁଲେଇଲେ ଦୁର୍ବୁତ୍ତ । ତେବେ ଗତକାଲି ବିଳମ୍ବିତ ରାତ୍ରି ରେ ଦୁର୍ବୁତ୍ତ ମାନେ ନୀଳଗିରି ଏନ ଏ ସି ୭ ନମ୍ବର ୱାଡ ବାଲିଗୋହିରି ବସଷ୍ଟାଣ୍ଡ ନିକଟବର୍ତ୍ତୀ ସାଇରମ କଲୋନୀ ରେ ଘରକରି ରହୁଥିବା ପରମାନନ୍ଦ ସାହୁ ଙ୍କ ଘରେ କଳା କନା ବୁଲେଇଛନ୍ତି ଦୁର୍ବୁତ୍ତ। ପରମାନନ୍ଦ ସାହୁ ଓ ତାଙ୍କ ସ୍ତ୍ରୀ ଗତକାଲି ଚିକିତ୍ସା ପାଇଁ ଘରେ ତାଲା ପକାଇ କଟକ ବଡ ମେଡିକାଲ କୁ ଯାଇ ଫେରି ନଥିଲେ । ପରିବାରରେ କୌଣସି ସଦସ୍ୟ ନଥିବା ବେଳେ ତାଙ୍କ ପୁତ୍ର କାହ୍ନୁ ଚରଣ ସାହୁ (୨୨) ସୁନ୍ଦରଗଡ଼ ରେ ବିଏସସି ନର୍ସିଙ୍ଗ ପଢ଼ୁଥିବା ବେଳେ ଆଜି ସକାଳେ ଘରେ ପହଞ୍ଚି ଫାଟକ ଚାବି ଖୋଲି ଦେଖିବା ବେଳକୁ ଗ୍ରିଲ ଓ ଗଡ଼ରେଜ ଭଙ୍ଗା ଯାଇ ସୁନା ଅଳଙ୍କାର ଚୋରି ହୋଇ ଯାଇଛି। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ଓ ନଗଦ ୪୦ ହଜାର ଚୋରି ହୋଇ ଥିବା ଦେଖିବାକୁ ପାଇଥିଲେ। ଏନେଇ ବାପା ଓ ମାଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ପରେ କାହ୍ନୁ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଡ଼ରେଜ ଭଙ୍ଗା ଯାଇ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ମଧ୍ୟାହ୍ନ ୧ ଘଟିକା ସମୟରେ ବାଲେଶ୍ୱର ସାଇଣ୍ଟିଫିକ ଟିମ ଏସଓ ସାଲୁ ଟୁଡୁ ଆସି ତଦନ୍ତ କରି ଅପରାହ୍ନ ୨,୩୦ରେ ଫେରିଥିବା ବେଳେ ଦୁର୍ବୁତ୍ତ ଙ୍କ ଦୁଇ ଗୋଟି ଫିଙ୍ଗର ପ୍ରିଣ୍ଟ ପାଇଥିବା ସୂଚନା ଦେଇଛନ୍ତି। ଏନେଇ ନୀଳଗିରି ଥାନା ପକ୍ଷରୁ ୨୧୯/୨୬ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।




Post a Comment