ନୀଳଗିରି ରେ ଘନେଇଛି ପେଟ୍ରୋଲ, ଡିଜେଲ ଅଭାବ।
ନୀଳଗିରି,୧୪/୫(ଓଡ଼ିଶା ଆଦର୍ଶ):ଗତ ଫେବୃଆରୀ ୨୮ରୁ ଇରାନ୍ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ ବିଭିନ୍ନ ଦେଶକୁ ତୈଳ, ଗ୍ୟାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିବା ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’କୁ ଇରାନ୍ ନିଜ ନିୟନ୍ତ୍ରଣରେ ରଖିଛି। କିଛି ସପ୍ତାହ ହେଲା ଯୁଦ୍ଧ ବିରତି ରହିଥିଲେ ମଧ୍ୟ ହର୍ମୁଜ୍ରେ ସାମଗ୍ରୀ ପରିବହନ ସ୍ୱାଭାବିକ ହୋଇପାରୁନାହିଁ। ଏହାର ପ୍ରଭାବରେ ତୈଳ ଓ ରନ୍ଧନ ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ନୀଳଗିରି ଏଥିରୁ ବାଦ୍ ପଡ଼ିନାହିଁ। ପ୍ରଥମେ ଗ୍ୟାସ୍ ସମସ୍ୟା ନେଇ ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ନୀଳଗିରି ଅଞ୍ଚଳର ଅନେକ ପମ୍ପରେ ପେଟ୍ରୋଲ ଓ ଡିଜେଲ୍ର ଅଭାବ ଦେଖାଦେଲାଣି। କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଲମ୍ୱା ଧାଡ଼ି ଲାଗୁଛି। ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି। ଏହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି।




Post a Comment