ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
ନୀଳଗିରି,୧୭/୪ (ଓଡ଼ିଶା ଆଦର୍ଶ): ଚୋରା ବିଦ୍ୟୁତ ସଂଯୋଗ ବେଳେ ଛିଣ୍ଡା ଓ ଦୁର୍ବଳ ତାରରେ ବିଦ୍ୟୁତ ପ୍ରବାହିତ ଯୋଗୁଁ ତାର ସଂସ୍ପର୍ଶରେ ଆସି ଜୈନିକ ଯୁବକଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମର ଯଚିନ୍ଦ୍ର ପ୍ରଧାନଙ୍କ ଘରେ ବିଦ୍ୟୁତ ବକେୟା ରାଶି ପାଇଁ ବିଦ୍ୟୁତ କାଟ କରାଯାଇ ବକେୟା ରାଶି ବାବଦକୁ ୪୦ ହଜାର ଫାଇନ କରାଯାଥିଲା । ଏବଂ ଗତ ମାର୍ଚ୍ଚ ମାସରେ ବକେୟା ରାଶି ସୁଝିବା ପରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ବିଦ୍ୟୁତ କାଟ ପାଇଁ ପରିବାର ଅନ୍ଧାରରେ ଥିଲେ । ଯଚିନ୍ଦ୍ର ଙ୍କ ପୁଅ ଚନ୍ଦ୍ରରା ଓରଫ ଚନ୍ଦ୍ରକାନ୍ତ ପ୍ରଧାନ (୪୫) ଗତ କାଲି ରାତି ପ୍ରାୟ ୯ ଘଟିକା ସମୟ ରେ ବାଡ଼ିରେ ଥିବା ବିଦ୍ୟୁତ ଖୁଣ୍ଟିରୁ ଘର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ଦୁର୍ବଳ ତାର ସଂସ୍ପର୍ଶରେ ଆସିବାରୁ ସେଇଠାରେ ସେ ଟଳି ପଡ଼ିଥିଲେ । ଆଜି ସକାଳେ ଚନ୍ଦ୍ରକାନ୍ତ ଙ୍କ ମା ବାଡିକୁ ପରିବା ତୋଳିବାକୁ ଯାଇଥିବା ବେଳେ ପୁଅ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ |



إرسال تعليق