Header ADS

ମିତ୍ରପୁର ଦାତବ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

 ମିତ୍ରପୁର ଦାତବ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର


ନୀଳଗିରି ,୧୫/୪(ଓଡ଼ିଶା ଆଦର୍ଶ):ମିତ୍ରପୁର ଏକ ଆଦିବାସୀବହୁଳ ଅଞ୍ଚଳ ହୋଇଥିବାରୁ ମୁଖ୍ୟତଃ ପଥରଶିଳ୍ପ ଉପରେ ଏଠାକାର ଜୀବନଜୀବିକା ନିର୍ଭର କରିଥାଏ। ତେଣୁ ଏଠାକାର ଶ୍ରମିକମାନଙ୍କର ସ୍ବାସ୍ଥ୍ୟସୁରକ୍ଷା ଦୃଷ୍ଟିରୁ ୨୦୦୪ମସିହାରେ ସ୍ଥାନୀୟ ଲୋକଙ୍କ ଆର୍ଥିକ ସହାୟତାରେ ଆଖପାଖ ୭ଗୋଟି ପଞ୍ଚାୟତବାସୀଙ୍କ ପାଇଁ ଏକ ଦାତବ୍ୟ ଚିକିତ୍ସାଳୟ ଖୋଲିଥିଲା। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଅନ୍ୟସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ୧୦ରୁ ୧୫କି.ମି଼ ହୋଇଥିବାରୁ ଦୈନନ୍ଦିନ ଶହଶହ ସଂଖ୍ୟାର ରୋଗୀ ଏହି ଦାତବ୍ୟ ଚିକିତ୍ସାଳୟଉପରେ ନିର୍ଭରକରନ୍ତି।ମାତ୍ର ଉକ୍ତ ଅଂଚଳରେ ଖୋଲିଥିବା ୭୦ରୁ ୮୦ଟି ଖାଦାନ ରାଜ୍ୟସରକାର ବନ୍ଦକରିଦେବା ଫଳରେ ଅଞ୍ଚଳର ଆର୍ଥିକମାନଦଣ୍ଡ ଦୁର୍ବଳ ହୋଇପଡ଼ିଲା।ତେଣୁ ଉକ୍ତ ଦାତବ୍ୟ ଚିକିତ୍ସାଳୟ ଚଳାଇବାପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ତଥାପି କିଛି ସହୃଦୟ ବ୍ୟକ୍ତିଙ୍କ ଅବଦାନରେ ଚିକିତ୍ସାଳୟଟି ଏପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ ଖୁବଶୀଘ୍ର ଏହା ବନ୍ଦହେବାକୁ ଯାଉଛି। ତେବେ ଅଞ୍ଚଳବାସୀଙ୍କ ଦାନରେ ଉକ୍ତ ଚିକିତ୍ସାଳୟର ନିଜସ୍ଵ ୧ଏକର ୮୦ଡିସିମିଲ ଜାଗା ରହିଥିବା ବେଳେ ଚିକିତ୍ସାଳୟଗୃହ,ଡ଼ାକ୍ତର, ନର୍ସ କ୍ୱାଟର ସହିତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ମାତ୍ର ଏବେ ଆର୍ଥିକସଙ୍କଟ ଦେଖାଦେବା ଫଳରେ ଏଠାରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ପାରିଶ୍ରମିକ ଠିକଭାବେ ଦିଆଯାଇନପାରିବାରୁ ସ୍ବାସ୍ଥ୍ୟକେନ୍ଦ୍ରଟି ବନ୍ଦହେବାକୁ ଯାଉଛି। ଏନେଇ ବାରମ୍ବାର ସରକାରଙ୍କ ଠାରେ ଅବଗତ କରାଯାଇଥିଲେ ମଧ୍ୟ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରଟିକୁ ସରକାରୀ ମାନ୍ୟତା ମିଳିପାରିନାହିଁ। ପୂର୍ବରୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟବିଭାଗ ନିଜହାତକୁ ନେଇ ସରକାରୀ ଚିକିତ୍ସାଳୟ କରିବାପାଇଁ ବାଲେଶ୍ୱର ଜିଲ୍ଲାପାଳ, ମୁଖ୍ୟଚିକିତ୍ସାଧିକାରୀ ,ରାଜନେତା ବହୁବାର ସୁପାରିଶ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ସରକାରୀମାନ୍ୟତା ମିଳିପାରିନାହିଁ ଯାହା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଅଭିଯୋଗ ଉଠିଛି। ପ୍ରକାଶଥାଉକି ଗତ ୨୦୨୨ମସିହା ଫେବୃଆରୀ ୨୫ତାରିଖରେ ସ୍ବାସ୍ଥ୍ୟବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ସବକମିଟି ବୈଠକ ଅନୁଷ୍ଠିତ ହୋଇ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ଆଡିସନାଲ୍ ଚିଫ ସେକ୍ରେଟାରୀଙ୍କୁ ମିତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀକରଣ କରିବାପାଇଁ ସୁପାରିଶ କରାଯାଇଥିଲା। ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ତେଣୁ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବଦେଇ ଆଜି ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉକ୍ତ ଦାତବ୍ୟ ଚିକିତ୍ସାଳୟକୁ ସରକାରୀ "ସ୍ବାସ୍ଥ୍ୟଆରୋଗ୍ୟକେନ୍ଦ୍ର "ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଛି।ଏହି ଦାବୀପତ୍ର ପ୍ରଦାନରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବି ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଗତିକୃଷ୍ଣ ନନ୍ଦ,ମନୋରଞ୍ଜନ ପଣ୍ଡା, ଷ୍ଟାଲିନ ମିଶ୍ର, ଗଙ୍ଗାଧର ମିଶ୍ର, ଅଜୟ କୁମାର ଧଳ, ଅନିରୁଦ୍ଧ ମହାପାତ୍ର, ସନ୍ତୋଷ କୁମାର ରାଉତ, ମୋନାଲିସା ତରାଇ, ଶୁଭସ୍ମିତା ବାରିକ, କବିତା ଦାସ, ନିରଞ୍ଜନ ଲେଙ୍କାଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତଥିଲେ।

Post a Comment

أحدث أقدم
Header ADS