Header ADS

ସଡକ ଦୁର୍ଘଟଣାରେ ସ୍ବାମୀ, ସ୍ତ୍ରୀ ଗୁରୁତର।

 ସଡକ ଦୁର୍ଘଟଣାରେ ସ୍ବାମୀ, ସ୍ତ୍ରୀ ଗୁରୁତର।


ନୀଳଗିରି,୧୮/୪(ଓଡ଼ିଶା ଆଦର୍ଶ):ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏକ ସଡକ ଦୁର୍ଘଟଣାରେ ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଖନ୍ତାପଡା ଥାନା ଅନ୍ତର୍ଗତ ଆମ୍ବଡିହା ଗ୍ରାମର ଅନାଦି ରଞ୍ଜନ ସ୍ବାଇଁ ଓ ତାଙ୍କର ସ୍ତ୍ରୀ ମଞ୍ଜୁଲତା ସ୍ୱାଇଁ ନିଜ ଶ୍ୱଶୁର ଘର ଧୋବସିଳା ରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ମିତ୍ରପଟୁ ଆଡୁ ଆସୁଥିବା ସାଇଁକୁଳା ଅଞ୍ଚଳର ଶନୁ ମହାରଣା ଓ ଓମ୍ ପ୍ରକାଶ ବେହେରା ଦ୍ରୁତ ଗତିରେ ଆସି ଧକ୍କା ମାରିବାରୁ ଅନାଦି ରଞ୍ଜନ ସ୍ବାଇଁ ର ମେରୁ ଦଣ୍ଡ, ବାମ ହାତ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଞ୍ଜୁ ଙ୍କ ମୁଣ୍ଡ, ନାକରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତୁରନ୍ତ ନୀଳଗିରି ମେଡ଼ିକାଲକୁ ଆଣିଥିଲେ। ଅନାଦି ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର କିମ୍ମ କୁ ସ୍ଥାନାନ୍ତରିତ କରାଯାଇଛି। ଏପଟେ ସ୍ତ୍ରୀ ଜ୍ୟୋତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଯୁବକ ଦୁଇ ଜଣ ମଧ୍ୟ ଚିକିତ୍ସିତ ହେଉଥିବା ର ଜଣାପଡିଛି।

Post a Comment

أحدث أقدم
Header ADS