ଫାଲଗୁନୀ ପାଣିଗ୍ରାହୀ ହେଲେ ଉତ୍ତର ବାଲେଶ୍ବର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି
ବାଲେଶ୍ବର,୨୦/୩ (ମିଏସ): ବିଜେପି ଉତ୍ତର ବାଲେଶ୍ବର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ଜଳେଶ୍ଵରର ଯୁବନେତା ତଥା ପ୍ରାକ୍ତନ ବିଜେପି ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ନାମ ଘୋଷଣା କରିଛି ଦଳ । ଯୁବବର୍ଗଙ୍କୁ ଦଳୀୟ ଚିନ୍ତାଧାରା ଆଧାରରେ ଏକଜୁଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନହିତକର ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଜଳେଶ୍ଵର ସମେତ ସମଗ୍ର ଉତ୍ତର ବାଲେଶ୍ବରରେ ଯୁବ ସଂଗଠନକୁ ସୁଦୃଢ଼ କରିବା ପାଇଁ ଶ୍ରୀ ପାଣିଗ୍ରାହୀ କାର୍ଯ୍ୟ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ନିଯୁକ୍ତି ପାଇଁ ସେ ଦଳର ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।



Post a Comment