ନରଣପୁର ଉଚ୍ଚବିଦ୍ୟାଳୟର ବିଜ୍ଞାନ ସହାୟକଙ୍କ ଅବସର। ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା।
ନୀଳଗିରି ,୧/୩(ଓଡ଼ିଶା ଆଦର୍ଶ):ଦୀର୍ଘ ୪୧ବର୍ଷ ଧରି ନିଷ୍ଠାରସହିତ କର୍ତ୍ତବ୍ୟ ସମ୍ପାଦନ କରି ଶେଷରେ ଫେବୃଆରୀ ୨୮ତାରିଖ ଅବସରଗ୍ରହଣ କରିଛନ୍ତି ନରଣପୁର ଉଚ୍ଚବିଦ୍ୟାଳୟର କାର୍ଯ୍ୟରତ ସହକାରୀ ବିଜ୍ଞାନ କର୍ମଚାରୀ ଶଚିନ୍ଦ୍ର ବେହେରା। ଏହି ଅବସରରେ ଆୟୋଜିତ ବିଦାୟୀ ସମ୍ବର୍ଦ୍ଧନାପର୍ବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯଜ୍ଞେଶ୍ଵର ବେହେରା ସଂଯୋଜନା କରିଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଚିତ୍ତରଞ୍ଜନ ଚୌଧୁରୀ ସଭାପତିତ୍ବ କରିଥିଲେ। ଏହି ବିଦାୟୀ ସମାବେଶରେ ପରିଚାଳନା କମିଟିର ସଦସ୍ୟ ଅଶ୍ଵିନୀ କୁମାର ଦାସ, ରଜତ କୁମାର ପାତ୍ର,ବିଦ୍ୟାଳୟର ଅତିଥିଶିକ୍ଷକ ନରେନ୍ଦ୍ରନାଥ ବାରିକ , ଅକ୍ଷୟ କୁମାର ବେହେରା ମଞ୍ଚାସିନ ରହି ଦୀର୍ଘ ୪୧ବର୍ଷ ଧରି କର୍ତ୍ତବ୍ୟନିଷ୍ଠ ସେବାଯୋଗାଇ ଦେଇଥିବା ଶ୍ରୀଯୁକ୍ତ ବେହେରାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଜୁଲାଇ ୧ତାରିଖ ୧୯୮୫ମସିହାରେ ନବଗଠିତ ବିଦ୍ୟାଳୟର ଜଣେ ବିଜ୍ଞାନ ସହକାରୀ କର୍ମଚାରୀ ଭାବରେ ଯୋଗଦେଇ ନିରବଚ୍ଛିନ୍ନ ଭାବେ ପିଲାଙ୍କର ଗୁରୁଦାୟିତ୍ବ ନେବାସହିତ ଶିକ୍ଷକଙ୍କ ସହିତ ଉତ୍ତମ ସମ୍ପର୍କ ରଖି ସମସ୍ତଙ୍କର ପ୍ରୀୟଭାଜନ ହୋଇଥିବା ଶ୍ରୀଯୁକ୍ତ ବେହେରାଙ୍କ ସେବାନିବୃତ୍ତ ଅବସରରେ ବିଦ୍ୟାଳୟରେ ଏକ ଭାବାବେଗ ପରିବେଶ ଦେଖିବାକୁ ମିଳିଥିଲା। ଏହି ଅବସରରେ ଶଚିନ୍ଦ୍ର କୁମାର ବେହେରାଙ୍କୁ ଉଚ୍ଚବିଦ୍ୟାଳୟ ତରଫରୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନରଣପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବଂ ଆଲୁମିନି କମିଟି ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଉପଦେଷ୍ଟା କମିଟିର ସଭାପତି ବିଭୂତି ଭୂଷଣ ବେହେରା, ରତିକାନ୍ତ ପରିଡା,ପୁରାତନ ଛାତ୍ର ତଥା ଆଲୁମିନି କମିଟି ସଦସ୍ୟ ପ୍ରଦୀପ କୁମାର ଭୂୟାଁ, ଅକ୍ଷୟ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତରହି ବିଦାୟ ଦେଇଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଲୋଚନା ସିଂ, ପ୍ରତିଭାରାଣୀ ଦାସ, କ୍ରୀଡାଶିକ୍ଷକ ଅରବିନ୍ଦ ପାଢୀ, ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁମନ୍ତ କୁମାର ନାୟକ, ସାମନ୍ତ କୁମାର ଜେନା, ମୁନି ସିଂ ପ୍ରମୁଖ ସହଯୋଗ କରିଥିଲେ।




إرسال تعليق