ପିଲା ଚୋର ସନ୍ଦେହରେ ଦୁଇ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କୁ ମାଡ଼
ବାଲେଶ୍ଵର,୨୫/୨(ଓଡ଼ିଶା ଆଦର୍ଶ):ପିଲା ଚୋର ସନ୍ଦେହରେ ପଶ୍ଚିମବଙ୍ଗ ଅଂଚଳର ଦୁଇ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କୁ ମାଡ଼ ମାରି ଅଟକ ରଖିଲେ ଗ୍ରାମବାସୀ । ଖବର ପାଇ ଉଭୟଙ୍କୁ ଉଦ୍ଧାର କରିବାକୁ ଆସି ରାଇବଣିଆ ପୋଲିସ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଅଟକ, ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା ବେଳେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ରାଜନଗରଠାରେ, ସୂଚନା ମୁତାବକ ଦୁଇ ଷ୍ଟେଟ ବ୍ୟାଙ୍କ ଅଧିକାରୀ ପଶ୍ଚିମବଙ୍ଗ ଅଞ୍ଚଳର ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା (S.I.R) ପାଇଁ ଆସିଥିବା ବେଳେ ଓଡିଶା ସୀମା ମଧ୍ୟରେ ପ୍ରବେଶ କରି ରାଇବଣିଆ ଥାନା ରାଜନଗର ଠାରେ ଏକ ଛୋଟ ପିଲାକୁ ଖଡ଼ିକା ଯିବା ପାଇଁ ରାସ୍ତା ପଚାରିଥିଲେ ଏହି ସମୟରେ ଗ୍ରାମବାସୀମାନେ ପିଲା ଚୋର ସନ୍ଦେହ କରି ଦୁଇ ଅଧିକାରୀଙ୍କୁ ଅଟକ ରଖି ମାଡ଼ ମାରି ଲହୁ ଲୁହାଣ କରିଥିଲେ ଖବର ପାଇ ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ପ୍ରାୟ ଦୁଇ ଘଣ୍ଟା ଅଟକ ରହିଥିଲେ। ଖବର ପାଇ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଉଭୟ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ଥାନାକୁ ଆଣି ତଦନ୍ତ ଜାରୀ ରଖିଛନ୍ତି । ତେବେ ପିଲାଚୋରି ଗୁଜବ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ହେଉଥିବା ଯୋଗୁଁ ଏଭୋଳି ପରିସ୍ଥିତି ଉପୁଜିଥିବା ଖବର ଏବେ ଦିନକୁ ଦିନ ବଢି ଚାଲିଛି ଏନେଇ ଜିଲ୍ଲା ପ୍ରଶାସନ ସଚେତନତା ଏବଂ ସୁରକ୍ଷା ଉଭୟ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ କଲେ ସତ୍ୟ ସାମ୍ନାକୁ ଆସିବା ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।




Post a Comment