ଶଙ୍ଖେଶ୍ୱରଙ୍କ ପିଠରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା, ଦର୍ଶନ ଦେଲେ ନାଗରାଜ ଓ କ୍ଷୀର ପିଇଲେ।
ନୀଳଗିରି,୧୬/୨(ଓଡ଼ିଶା ଆଦର୍ଶ):ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ, ସେ ସାରା ବ୍ରହ୍ମାଣ୍ଡ ନିହିତ। ଏହି ଦେବଦେବ ମହାଦେବ ବାବା ଭୋଳା ଶଙ୍କରଙ୍କ ପବିତ୍ର ଜାଗର ଯାତ୍ରା ବା ମହାଶିବରାତ୍ରି ଅବସରରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା। ରବିବାର ରାତ୍ରିରେ ମନ୍ଦିର ଭିତରେ ସ୍ୱୟଂ ଦର୍ଶନ ଦେଇଥିଲେ ନାଗରାଜ। ବିଶାଳକାୟ ପର୍ବତର ପଥର ଚତିରି ତଳେ ତଳେ ମନ୍ଦିର ମଧ୍ୟକୁ ଗୋଟିଏ ସୁଡଙ୍ଗ ଭିତରେ ଭିତରେ ଥବାରୁ ସେଇ ସୁଡଙ୍ଗ ଦେଇ ନାଗରାଜ ଆସି କ୍ଷୀର ପିଇ ସକାଳ ୫ଟା ପର୍ଯନ୍ତ ଦର୍ଶନ ଦେଇଥିଲେ ଭକ୍ତଙ୍କୁ। ନାଗ ସାପ ବାହାରକୁ ଆସିବା ଖବର ପାଇ ଶ୍ରଦ୍ଧାଳୁମାନେ ନାଗଙ୍କ ଦର୍ଶନ ପାଇଁ ଲାଗିରହିଥିଲା ଭିଡ। ଶ୍ରଦ୍ଧାଳୁ ଙ୍କ ଭିତରେ କୌଣସି ଭୟ ଦେଖିବାକୁ ମିଳିନଥିଲା କାରଣ ଏଠାରେ ପୁର୍ବରୁ ମଧ୍ଯ ବିଭିନ୍ନ ପର୍ବ ପର୍ବାଣିରେ ଏହି ନାଗ ଦର୍ଶନ ଦେଇଥାଏ। ସୂଚନା ମୁତାବକ ନୀଳଗିରି ବ୍ଲକ, ସଜନାଗଡ଼ ପଞ୍ଚାଗତ ଅଧୀନ ତେଣ୍ଡା ଗାଁର ନିକଟ କୁଲଡିହା ଅଭୟାରଣ୍ୟର ପାଦଦେଶରେ ଗୋଟିଏ ବିରାଟ ପଥର ଚତିରି ତଳେ ପ୍ରାୟ ୧୩୩ ବର୍ଷ ପୂର୍ବେ ଅର୍ଥାତ ୧୮୯୩ ମସିହାରୁ ପୂଜା ପାଇଆସୁଛନ୍ତି ବାବା ଶଙ୍ଖେଶ୍ୱର ମହାଦେବ। ତେଣ୍ଡା ଅଞ୍ଚଳର ବାସିନ୍ଧା ଦୁନ୍ଦୁ ସିଂ ସପ୍ନାଦେଶ ପାଇ ପ୍ରଥମ ସେବକ ଭାବେ ପୂଜାର୍ଚ୍ଚନା କରି ଆସୁଥିଲେ ପରେ ସେହି ଅଞ୍ଚଳର ୰କଡେ ସିଂ ଦ୍ବାରା ମହାଦେବ ପୂଜା ପାଉଥିବାବେଳେ ୧୯୭୭ ମସିହା ପରେ ୰ ଗଣେଶ୍ବର ନାୟକ ଓ ସ୍ଥାନୀୟ ଅଞ୍ଚଳ ବାସିଙ୍କ ସୋହଯୋଗରେ ଏକ ମନ୍ଦିର ନିର୍ମାଣ ହୋଇଥିଲା।



Post a Comment