Header ADS

ସୁନା ବ୍ୟବସାୟୀଙ୍କୁ ଗୁଲି କଲେ ଦୁବୃତ୍ତ ,ଅଳ୍ପରେ ବର୍ତ୍ତିଲେ ବ୍ୟବସାୟୀ -ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

 ସୁନା ବ୍ୟବସାୟୀଙ୍କୁ ଗୁଲି କଲେ ଦୁବୃତ୍ତ ,ଅଳ୍ପରେ ବର୍ତ୍ତିଲେ ବ୍ୟବସାୟୀ

-ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର


ନୀଳଗିରି,୧୮/୨(ଓଡ଼ିଶା ଆଦର୍ଶ):ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ଛକରେ ଗୁଳି ଫୁଟାଇ ସୁନା ଅଳଙ୍କାର ଲୁଟି ନେଲେ ଦୁବୃତ୍ତ।ଗୁଳିକାଣ୍ଡରୁ ଅଳ୍ପରେ ବର୍ତ୍ତିଛନ୍ତି ସୁନା ବ୍ୟବସାୟୀ।ସୂଚନା ମୁତାବକ ସନ୍ତରାଗଡିଆ ଛକରେ ନିକଟସ୍ଥ କୁଳିଗଡି ଗ୍ରାମର କୃପାସିନ୍ଧୁ ରଣା ଏକ ସୁନା ଅଳଙ୍କାର ଦୋକାନ କରିଛନ୍ତି।ଆଜି ରାତି ପ୍ରାୟ ୯.୪୫ମି ସମୟରେ ଦୋକାନ ବନ୍ଦ କରି କୃପାସିନ୍ଧୁ ଦୋକାନର ଅଳଙ୍କାର ଧରି ଘରକୁ ଫେରୁଥିବା ସମୟରେ ଚାରି ଜଣ ଦୁବୃତ୍ତ ଦୁଇଟି ବାଇକ ଜରିଆରେ ଆସି ତାଙ୍କୁ ଅତର୍କିତ ଗୁଳି ଚାଳଣା କରିଥିଲେ।ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତିଥିଲେ ପରେ ସେମାନେ ବନ୍ଧୁକର ଭୟ ଦେଖାଇ କୃପାସିନ୍ଧୁଙ୍କ ମାଡ ମାରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲା।ପରେ ନୀଳଗିରି ଥାନାରେ ଅଭିଯୋଗ ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫୁଟିଥିବା ଗୁଳିର ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ତେବେ ସନ୍ତରାଗଡିଆ ଏକ ଜନଗହଳି ବଜାର ହୋଇଥିବା ବେଳେ ବଜାର ମଧ୍ୟରେ ଗୁଳିକାଣ୍ଡ ହେବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।ଅପରପକ୍ଷରେ ପୋଲିସ ସମସ୍ତ ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛି।

Post a Comment

Previous Post Next Post
Header ADS