Header ADS

ଅଧୁରା ରହିଲା ବିବାହ ବାର୍ଷିକୀ ମନେଇବା, ହୃଦଘାତରେ ଚାଲିଗଲା ଜୀବନ

ଅଧୁରା ରହିଲା ବିବାହ ବାର୍ଷିକୀ ମନେଇବା, ହୃଦଘାତରେ ଚାଲିଗଲା ଜୀବନ 



ସୁନ୍ଦରଗଡ଼,୧୪/୨(ଓଡ଼ିଶା ଆଦର୍ଶ): ପ୍ରାକୃତିକ ପରିବେଶ ମଧ୍ୟରେ ବିବାହ ବାର୍ଷିକୀ ମନେଇବାକୁ ଯାଇଥିଲେ ସପରିବାର। ହେଲେ ହୃଦଘାତରେ ଚାଲିଗଲା ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖଣ୍ଡାଧାର ଜଳପ୍ରପାତରେ। ମୃତକ ହେଉଛନ୍ତି ରାଜଗାମପୁରର ରାଜେଶ କୁମାର ଗୁପ୍ତା। ସୂଚନା ମୁତାବକ, ପିଲା ଛୁଆଙ୍କ ସହ ସପରିବାର ମିଶି ବିବାହ ବାର୍ଷିକୀ ମନାଇବାକୁ ଗତକାଲି ଖଣ୍ଡାଧାର ଜଳପ୍ରପାତ ଯାଇଥିଲେ। ସେଠାରେ ଥିବା ୪ଟି କଟେଜ ବୁକ କରି ରାତ୍ରୀଯାପନ କରିଥିଲେ। ରାତିରେ ସବୁକିଛି ଠିକ ଠାକ ଥିଲା। ମାତ୍ର ସକାଳେ ମର୍ଣ୍ଣିଙ୍ଗ୍ ୱାକ ସମୟରେ ହଠାତ୍ ରାଜେଶ ଅସୁସ୍ଥ ଅନୁଭବ କରିବାରୁ ବଣାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି ।

Post a Comment

Previous Post Next Post
Header ADS