Header ADS

ବନ୍ୟ ଜନ୍ତୁ ଦେହାବଶେଷ ତସ୍କର ଘଟଣାରେ ୩ଗିରଫ।

 ବନ୍ୟ ଜନ୍ତୁ ଦେହାବଶେଷ ତସ୍କର ଘଟଣାରେ ୩ଗିରଫ। 


ନୀଳଗିରି ,୧୨/୨(ଓଡ଼ଶା ଆଦର୍ଶ):ଜଣେ ମହିଳାଙ୍କ ସମେତ ପୁଣି ୩ଜଣ ଜଙ୍ଗଲିଜନ୍ତୁ ଦେହାବଶେଷ ତସ୍କରଙ୍କୁ ଗିରଫକରି କୋର୍ଟଚାଲାଣ କରିଛି କୁଳଡିହା ବନବିଭାଗ। ସେମାନଙ୍କ ନିକଟରୁ ୫୦ଟି ବଜ୍ରକାପ୍ତା କାତି ସହିତ ତିନୋଟି ମୋବାଇଲ ଏବଂ ଦୁଇଟି ବାଇକ୍ ଜବତ କରାଯାଇଥିବା ସୂଚନା ମିଳିଛି। ବୁଧବାର ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କମଧ୍ୟରେ ଜଣେ ମହିଳା ତସ୍କର ଥିବାରୁ ମହିଳାଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ଦେଖାଦେଇଛି। ଆଜି ସେମାନଙ୍କୁ ମାନ୍ୟବର ନୀଳଗିରି ଏସଡିଜେଏମ କୋର୍ଟରେ ହାଜର କରାଯାଇଥିବା ବେଳେ ଓ. ଆର ୧୭କେ ୨୦୨୫/୨୬କେସରେ ଆଜିସୁଦ୍ଧା ମୋଟ ୧୭ଜଣକୁ ଗିରଫ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Post a Comment

أحدث أقدم
Header ADS